ଲଡୁଗାଁ ୪୮ ଘଣ୍ଟା ସଟ୍‌ ଡାଉନ୍

କୋକସରା,୧୧/୭: ଶନିବାର ଠାରୁ ଲଡୁଗାଁକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କହ୍ନେଇ ଚରଣ ଦାସ । କୋକସରା ବ୍ଲକ ଲଡୁଗାଁର ଜଣେ ବୟସ୍କା ମହିଳା କରୋନା ପୋଜିଟିଭ ଚିହ୍ନଟ ହେବାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆକ୍ରାନ୍ତ ମହିଳା ରାୟପୁରରୁ ଚିକିତ୍ସିତ ହୋଇ ଲଡୁଗାଁ ଫେରିବା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭବାନୀପାଟଣାର ଏକ ବେସରକାରୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇ ପରେ ମହିଳା ଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଲଡୁଗାଁ ସହରକୁ ସରପଞ୍ଚ ୪୮ ଘଣ୍ଟା ସଟ୍‌ଡାଉନ୍ କରିଛନ୍ତି ଓ ମାମୋଦେବୀ ହସ୍ପିଟାଲ ଠାରୁ ମାଝୀପଡା ଗଳି ପର୍ଯ୍ୟନ୍ତ ନିସିଦ୍ଧାଞ୍ଚଳ ଘୋଷଣା କରିଥିବା ସୁଚନା ଦେଇଛନ୍ତି ।

ତେବ ଏହି ମହିଳାଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାହା ଆକଳନ କରାଯାଉ ଥିବାବେଳେ ମହିଳାଙ୍କ ପରିବାରଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ଲଡୁଗାଁ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ସାମାଜିକ ଦୁରତାକୁ ଲୋକ ପାଳନ କରୁ ନଥିବା ଯୋଗୁଁ ଗତ ଗୁରୁବାର ଠାରୁ ଲଡୁଗାଁ ସରପଞ୍ଚ ସହରକୁ ଅପରାହ୍ନ ୨ ରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରିଥିଲେ । ଶନିବାର ଲଡୁଗାଁରେ ଆକ୍ରାନ୍ତ ଚିହ୍ନଟ ପରେ କୋକସରା ବିଡିଓ ମନୀଷା ଦାସ ଓ ପୋଳିସ ପ୍ରଶାସନ ଲଡୁଗାଁ ପହଞ୍ଚି ଲୋକଙ୍କୁ ଭୟ ନକରି ସଚେତନ ହେବା ସହ କଣ୍ଟେନମେଣ୍ଟ ଜୋନର ନିୟମ ମାନିବା ପାଇଁ ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟଯେ, ବ୍ଲକରେ ଏହା ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ରେଙ୍ଗାଲପାଲି ପଞ୍ଚାୟତର ଜଣେ ଯୁବକ କ୍ୱାରେଣ୍ଟାଇନ କେନ୍ଦ୍ରରୁ କରୋନା ଆକ୍ରାନ୍ତ ହୋଇ ଗାଁକୁ ଆସିଲା ପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.