ରାସ୍ତା ଉପରେ ଆଡ୍ଡା ଜମାଉଛନ୍ତି ବୁଲା ଗାଈଗୋରୁ

ଆକଟ କରୁନାହାନ୍ତି ମାଲିକ, ସୃଷ୍ଟି ହେଉଛି ନାନା ସମସ୍ୟା

ଲାଞ୍ଜିଗଡ,୧୨/୭: ବେଦାନ୍ତ ପାଇଁ ଲାଞ୍ଜିଗଡ ଏକ ବ୍ୟସ୍ତ ବହୁଳ ସହରରେ ପରିଣତ ହୋଇଥିବାବେଳେ ଧିରେ ଧିରେ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଏହାକୁ ଅଧିକ ଜଟିଳ କରି ଦେଉଛନ୍ତି ବୁଲା ଗୋରୁ । ମାର୍କେଟର ବିଭିନ୍ନ ଛକ ମାନଙ୍କରେ ସବୁବେଳେ ଗାଈଗୋରୁ ଜମା ହୋଇ ରହୁଥିବା ବେଳେ ସନ୍ଧ୍ୟାରେ ପରିସ୍ଥିତି ଅଣାୟତ୍ତ ହେବାକୁ ଲାଗିଛି । ଟ୍ରାଫିକ ସମସ୍ୟା ସହ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି । ଗୋରୁ ମାଲିକମାନେ ଗାଈଗୋରୁଙ୍କୁ ନିଜ ହିପାଜତରେ ରଖୁନଥିବାରୁ ଏହି ସ୍ଥିତି ଉପୁଜିଛି । ଏନେଇ ଲାଞ୍ଜିଗଡ ପଞ୍ଚାୟତ ନିକଟରେ ବାରମ୍ବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ ପ୍ରକାଶ କରିଛନ୍ତି । ଏଥିପ୍ରତି ପ୍ରଶାସନ ତରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.