ସୀମାନ୍ତ ଅଞ୍ଚଳରେ ସତର୍କତା : ଉର୍ଲାଦାନୀ ପଞ୍ଚାୟତ ସଟ୍ ଡାଉନ୍

ସପ୍ତାହର ଶନିବାର ଓ ସୋମବାର ସଟ୍ ଡ଼ାଉନ୍ ଘୋଷଣା କଲେ ସରପଞ୍ଚ

କଳାହାଣ୍ଡି:୧୨/୭: କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଉର୍ଲାଦାନୀ ପଂଚାୟତକୁ କରୋନା ମହାମାରୀରୁ ସୁରକ୍ଷା ଦେବାପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ସ୍ଥାନୀୟ ସରପଞ୍ଚ । କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ଅଧିନସ୍ଥ ଉର୍ଲାଦାନୀ ପଂଚାୟତ ଦୁଇ ଜିଲ୍ଲାର ସୀମାନ୍ତ ଇଲାକା ତଥା ଜାତୀୟ ରାଜପଥ ସଂନ୍ନିକଟ ହେଇଥିବାରୁ ବିଭିନ୍ନ ସମୟରେ ଲୋକଙ୍କ ଯାତାୟତ ଲାଗିରହିଛି । ସେପଟେ ପଡୋଷୀ କନ୍ଧମାଳରେ କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ସରପଂଚ ଗନ୍ଧର୍ବ ପୂଜାରୀ ପ୍ରତ୍ୟେକ ସପ୍ତାହ ଶନିବାର ଓ ସୋମବାର ଦିନ ଉର୍ଲଦାନୀ ପଞ୍ଚାୟତକୁ ସଟ୍‌ ଡ଼ାଉନ୍ ଘୋଷଣା କରିଥିବା ଜଣାଯାଇଛି ।

ଏ ନେଇ ଶନିବାର ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ଗନ୍ଧର୍ବ ପୁଝାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତି ଅନୁସାରେ ପ୍ରତ୍ୟେକ ସପ୍ତାହ ଶନିବାର ଓ ସୋମବାର ଦିନ ଉର୍ଲାଦାନୀ ଗ୍ରାମ ପଂଚାୟତର ସମସ୍ତ ଗ୍ରାମ ସଟ୍ ଡ଼ାଉନ୍ ରହିବ । ଏପରିକି ସମସ୍ତ ମିନିବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ବନ୍ଦରହିବ । କେବଳ ମେଡ଼ିକାଲ ଓ ମେଡ଼ିସିନ ଦୋକାନ ଖୋଲା ରହିବ । ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ଜରୁରୀ କାମରେ ବାହାରକୁ ଗଲେ ମାସ୍କ ପରିଧାନ କରିଯିବେ ନଚେତ ୨୦୦ ଟଙ୍କା ଫାଇନ ଆକାରରେ ଦେବାକୁ ପଡ଼ିବ । ଯଦି କୌଣସି ବ୍ୟକ୍ତି ଦୁଇଚକିଆ ଯାନ ମଟରସାଇକେଲ କିମ୍ବା ସାଇକେଲରେ ଯାଉଥାନ୍ତି,ତାହାହେଲେ କେବଳ ଦୁଇଜଣ ବ୍ୟକ୍ତି ଯାଇପାରିବେ । ଯଦି ଦୁଇଜଣରୁ ଅଧିକବ୍ୟକ୍ତି ସବାର ହେଇଥିବା ଦୃଷ୍ଟି ଗୋଚର ହୁଏ, ତାହାହେଲେ ୨୦୦ ଟଙ୍କା ଫାଇନ ଆଦାୟ କରାଯିବ । ସମସ୍ତ ରାସନକାର୍ଡ଼ ହିତାଧିକାରୀମାନେ ଜୁଲାଇ ଓ ଅଗଷ୍ଟ ୨୦୨୦ ମାସର ଚାଉଳ ଓ ଗହମ ନେବା ସମୟରେ ମାସ୍କ ପିନ୍ଧିବେ ଓ ଲେମିନେଟେଡ଼ ରାସନ କାର୍ଡ଼ ସହିତ ଘରର ସମସ୍ତ ସଦସ୍ୟଙ୍କ ଆଧାରକାର୍ଡ଼ ସହିତ ପିଡ଼ିଏସ ସଂଗ୍ରହ କରିବାକୁ ଆସିବେ । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ନିଜ ସ୍କୁଲ ପିଲାମାନଙ୍କୁ ସେମାନଙ୍କ ପାଠପଢାରେ ସାହାଯ୍ୟ କରିବେ ଓ ସେମାନଙ୍କ ପିତାମାତାଙ୍କୁ ପରାମର୍ଶ ଦେବେ । ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟା ନିଜ ସେଣ୍ଟର ୱାର୍ଡ଼ ରେ ଲୋକମାନଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟ ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଇ ସଚେତନ କରାଇବା ପାଇଁ ଉର୍ଲାଦାନୀ ଗ୍ରାମ ପଂଚାୟତ ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.