ଦିର୍ଘ ୧୫ ବର୍ଷପରେ ନିର୍ମାଣ ହେଉଛି ମହାନ୍ତି ନାଳରେ ପୋଳ ଓ ଅଟକିଥିବା ରାସ୍ତା

କଳାହାଣ୍ଡି,୧୧/୭: ନର୍ଲା ବ୍ଲକ ବଲବସପୁର ନିକଟସ୍ଥ ମହାନ୍ତି ନାଳରେ ପୋଳ ଓ ଛାଡିହୋଇ ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଦିର୍ଘ ୧୫ ବର୍ଷ ପରେ ହେଉଛି ଏହି ରାସ୍ତା କାମ । ତେବେ ରାସ୍ତା ନିର୍ମାଣକୁ ଭଣ୍ଡୁର କରିବା ପାଇଁ ଅପପ୍ରଚାରକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ପ୍ରାପ୍ତ ସୂଚନା ଆଧାରରେ ବଲବସପୁର ମହାନ୍ତି ନାଳ ନିକଟରେ କିଛି ମିଟର ରାସ୍ତା ନିର୍ମାଣ ନହୋଇ ପଡିରହିଥିଲା । ଦିର୍ଘ ୧୫ ବର୍ଷ ହେଲା ଏହି ରାସ୍ତା ନିର୍ମାଣ ହୋଇନପାରିବାର ମୁଖ୍ୟ କାରଣ ଥିଲା ଜଳ ନିସ୍କାସନର ଉପଯୁକ୍ତ ବ୍ୟବସ୍ଥା ନକରିବା । ସେହି ସମୟରେ ବିଭାଗୀୟ ଅଧିକାରୀ ଓ ରାସ୍ତା ନିର୍ମାଣକାରୀ ସଂସ୍ଥାର ଦୂରଦୃଷ୍ଟି ଅଭାବ ଯୋଗୁ ଏଠାରେ ନୂତନ ପୋଳ ନିର୍ମାଣ ହୋଇ ପାରିଲା ନାହିଁ, ତେଣୁ ଏହି ଅଂଶ ମଧ୍ୟ ପିଚୁ ନପଡି ଅଧପନ୍ତରିଆ ହୋଇ ରହିଲା ବୋଲି ଜଣାପଡିଛି । ବର୍ଷା ଦିନେ ଏହି ରାସ୍ତା ଉପର ଦେଇ ଗ୍ୟାଲେନ ଗ୍ୟାଲେନ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଚାଷୀ ବିଶେଷକରି ତଳ ମୁଣ୍ଡର ଚାଷୀ ବ୍ୟାପକ କ୍ଷତିଗ୍ରସ୍ଥ ହେଉଥିଲେ । ଏହା ସହ ଏହି ଖଣ୍ଡିଏ ରାସ୍ତା ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଳଟି ଥିଲା ।

ବର୍ତ୍ତମାନ ନର୍ଲାରୁ ୪ଲେନ ବିଶିଷ୍ଟ ରାସ୍ତା ଆସିବା ସମୟରେ ବିଭାଗୀୟ ଅଧିକାରୀମାନେ ମହାନ୍ତି ନାଳ ଚର୍ତୁପାର୍ଶ୍ବରେ ଥିବା କୃଷକମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଏଠାରେ ପୋଳ, ଗାର୍ଡୱାଲ ଓ ଡ୍ରେନ ନିର୍ମାଣ ସହ ରାସ୍ତା ତିଆରି ହେବାର ଯୋଜନା ପ୍ରସ୍ତୁତି କରିଛନ୍ତି । ସେହି ଅନୁସାରେ ଏଠାରେ ୧ ମିଟରର ୨ଟି ପୋଳ ପରିବର୍ତ୍ତେ ଦେଢ ମିଟରର ୩ଟି ପୋଳ ବସି ସାରିଛି । ଏହା ଦ୍ବାରା ତଳ ମୁଣ୍ଡର ଚାଷୀଙ୍କ ପ୍ରାୟ ୧୦ ଡେସିମିଲ କ୍ଷେତ୍ର ଉପରେ ସିଧା ପ୍ରଭାବ ପଡିବ । ତେବେ ବି ସେ ସାଧାରଣ ଜନତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି କ୍ଷତିକୁ ସହି ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଭାଗୀୟ ଅଧିକାରୀମାନଙ୍କ ପ୍ଲାନ ଅନୁସାରେ ଏହା ନିର୍ମାଣ ହେଉଛି, ଏଥିପାଇଁ ଆମେ କିଛି କ୍ଷତି ମଧ୍ୟ ସହିଛୁ ।

ଏ ସମ୍ପର୍କରେ ପିଡବ୍ଲୁଡି ଜେଇ ସଞ୍ଜିବ କୁମାର ମଢେଇଙ୍କୁ ପଚାରିବାରୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଡ୍ରେନ୍ ଖୋଳା ହୋଇଛି । ବର୍ଷାରେ ସବୁତକ ପାଣି ସହଜରେ ନିଷ୍କାସିତ ହୋଇପାରିବ । ରାସ୍ତା କାମ ଠିକ୍ ଭାବେ ଚାଲିଛି । କୋୖଣସି ଅସୁବିଧା ନାହିଁ ।

ଅନ୍ୟପକ୍ଷରେ ଜନତାଙ୍କ ମତହେଲା ଏହି ପୋଳ ମାଧ୍ୟମରେ ବର୍ଷାଜଳ ନିସ୍କାସିତ ହୋଇପାରିବ । ଦିର୍ଘ ବର୍ଷ ପରେ ଏହି ରାସ୍ତା ନିର୍ମାଣ ହେଉଥିବାରୁ ଏଥିରେ କୌଣସିବି ବ୍ୟକ୍ତି ବିଘ୍ନ ସୃଷ୍ଟି ନ କରିବା ଉଚିତ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.