ରାୟଗଡ,୧୪/୭: ରାୟଗଡ ଟାଉନ ଥାନା ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଆସାମୀକୁ କୋର୍ଟ ଚାଲାଣ ପାଇଁ ନିଆଯାଉଥିବା ବେଳେ ପୋଲିସ ହାତରୁ ଖସି ଚମ୍ପଟ ମାରିବାକୁ ଉଦ୍ୟମ କରି ଥାନା ପରିସରରୁ ଦୈାଡି ପଳାଉଥିବା ବେଳେ ଥାନା ସମ୍ମୁଖର ମୁଖ୍ୟ ରାସ୍ତାରେ ଏକ ବଡ ବଲକ୍ କନଟେନର ସହ ଧକ୍କା ହୋଇ ମୃତ୍ୟୁବରଣ କରିଛି । ଏ ନେଇ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ.ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ମୃତ ଆସାମୀ ହେଲେ ସନ୍ତୋଷ କୁମାର ପଣ୍ଡୁ । ତାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ପଣସପଦର ଗ୍ରାମ ବୋଲି ଜଣାପଡିଛି । ଆସାମୀ ବିରୋଧରେ ଟିକିରି ଥାନା ଅଂଚଳର ଜଣେ ନାବାଳିକାକୁ ପ୍ରେମ ପରେ ପ୍ରତାରଣା ନେଇ ବଳାତ୍କାର କରିଥିବା ଅଭିଯୋଗରେ ପୋକସୋ ଓ ଏସିଏସଟି ସେକ୍ସନ ପ୍ରକାରେ ଗତ ୧୧ତାରିଖ ଦିନ କେସ ରୁଜୁ ହୋଇଥିଲା । ଥାନାରେ ଲିଖିତ ଅଭିଯୋଗ ପରେ ମୃତ ଅଭିଯୁକ୍ତ ସନ୍ତୋଷକୁ ଟିକିରି ପୋଲିସ ଖୋଜାଖୋଜି ପରେ ଗତକାଲି ରବିବାର ରାତ୍ରରେ ବିଷମକଟକ ଥାନା ଅଂଚଳରୁ ଗିରଫ କରି ରାୟଗଡ ଥାନାରେ ଆଣି ରଖିଥିଲେ । କେସ ତଦନ୍ତକାରୀ ଅଧିକାରୀ ଏସଡିପିଓ ତପନ ନାରାୟଣ ରଥଙ୍କ ତତ୍ୱାବଧାନରେ ସୋମବାର ସକାଳେ ଅଭିଯୁକ୍ତ ସନ୍ତୋଷର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇ ପୁଣି ଥାନାକୁ ଆଣି କୋର୍ଟ ଚାଲାଣ ନିମନ୍ତେ ପ୍ରସ୍ତୁତି କରାଯାଉଥିଲା । ତେବେ ଆଜି ଅପରାହ୍ନ ୪ଟା ସମୟରେ ଥାନା ପରିସରରେ ଥିବା ଅଭ୍ୟର୍ଥନା କେନ୍ଦ୍ରରେ ଏସକଟ୍ରେ ଥିବା ଦୁଇଜଣ ପୋଲିସ କନେଷ୍ଟବଳଙ୍କ ସହ ଥିବା ଆସାମୀ ସନ୍ତୋଷ ବାନ୍ତି ଲାଗୁଥିବା କହି ସେ ବାହାରକୁ ବାହାରି ସଙ୍ଗେ ସଙ୍ଗେ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରି ଥାନାର ମୁଖ୍ୟ ଫାଟକ ଦେଇ ଦୈାଡି ଯାଉଥିବା ବେଳେ ଥାନାପାଶ୍ୱର୍ରେ ଥିବା ମୁଖ୍ୟ ରାସ୍ତାରେ ଆନ୍ଧ୍ରକୁ ଯାଉଥିବା ଏକ ବଲକ୍ କନଟେନରକୁ ଯାଇ ଧକ୍କା ହୋଇ ଚକାତଳେ ପଡି ଯାଇ କିଛି ଦୂର ରାସ୍ତା ଉପରୁ ଘସି ହୋଇ ଚାଲିଯାଇଥିଲା । ଉକ୍ତ କନଟେନରଟି ରହିବା ପରେ ପୋଲିସ ଗୁରୁତର ଭାବେ ଆହାତ ହୋଇଥିବା ଆସାମୀ ସନ୍ତୋଷକୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଏସ.ପି.ଶ୍ରୀ ଶର୍ବଣା ବିବେକ ପ୍ରକାଶ କରିଛନ୍ତି ।
ଘଟଣାସ୍ଥଳରେ ଫରେନସିକ୍ ଟିମ ପଂହଚି ଅନୁସନ୍ଧାନ ଚଳାଇଥିବା ବେଳେ ଏସି.ପି. ଶର୍ବଣା ବିବେକ ଏମ, ଅତରିକ୍ତ ଏସ.ପି. ରାମପ୍ରସାଦ ସାହୁ, ଏସଡିପିଓ ତପନ ନାରାୟଣ ରଥ, ରାୟଗଡ ଥାନା ଆଇଆଇସି ନିହାର ରଂଜନ ପ୍ରଧାନ, ଟିକିରି ଥାନା ଆଇଆଇସି ଶ୍ରୀମତି ସୁଞାନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିଥିଲେ । ତେବେ ସେ କେଉଁ କାରଣରୁ ଦୈାଡି ପଳେଇବାକୁ ଚେଷ୍ଠା କରିଥିଲେ ଯାହାଫଳରେ ଦୁର୍ଘଟଣା ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସ.ପି.ଶ୍ରୀ ବିବେକ ଏମ. ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in