ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ସେବା ସହଯୋଗ ସମିତି ପକ୍ଷରୁ ବନମହୋତ୍ସବ

ବୃକ୍ଷରୋପଣର ଗୁରୁତ୍ବ ଉପରେ ଆଲୋକପାତ କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

କଳାହାଣ୍ଡି,୧୪/୭: କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ଶୈବ ପିଠ ପ୍ରାଙ୍ଗଣରେ ନେହେରୁ ଯୁବକ କେନ୍ଦ୍ର କଳାହାଣ୍ଡି ଓ ସେବା ସହଯୋଗ ସମିତି ଯୋରାଡବରା ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲର ଆବଶ୍ୟକତା ନିହାତି ଜରୁରୀ ଓ ଯେତେ ବି ବିପର୍ଯ୍ୟୟ ସୃଷ୍ଟି ହେଉଛି କେବଳ ପରିବେଶ ଜନିତ ସମସ୍ୟାକୁ ନେଇ । ତେଣୁ ଆମେ ସମେସ୍ତ ବୃକ୍ଷରୋପଣ କରିବା ଓ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା କଲେ ଏକ ସୁସ୍ଥ ପରିବେଶ ସହ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ଶ୍ରୀକାନ୍ତ ହୋତା ଯୋଗ ଦେଇ ସାଂପ୍ରତିକ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର କାରଣ ଓ ମୁକାବିଲା ତଥା ଆଜିର ଦିନରେ ବୃକ୍ଷରୋପଣ ଓ ବନୀକରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥଲେ। ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ପୂର୍ବତନ ସଭାପତି ଗୋବିନ୍ଦ ସାହୁ, ରାଜେନ୍ଦ୍ର ନାରାୟଣ ମିଶ୍ର, ସୁଭ୍ରାଂଶୁ ସାହୁ, ଶିଶିର ସାହୁ, ମନିଜର ଆର୍ୟ୍ୟ ( ଏସି ମୋର୍ଚା ରାଜ୍ୟ ଉପ ସଭାପତି ନୂଆପଡା), ଶସାଙ୍ଗ ଶେଖର ମହଲା, ଖୁସିରାମ ସାହୁ, ଯୋରାଡବ୍ରା ମଣ୍ଡଳ ପୂର୍ବତନ ସାଧାରଣ ସଂପାଦକ ନବୀନ କିଶୋର ସାହୁ, କର୍ଲାମୁଣ୍ଡା ମଣ୍ଡଳ ପୂର୍ବତନ ସାଧାରଣ ସଂପାଦକ ଚୈତନ୍ୟ ସାହୁ, ଯୁବ ମୋର୍ଚା ସଭାପତି ଅରବିନ୍ଦ ଗହିର, ଜିଲ୍ଲା ପରିଷଦ ସଭ୍ୟା ମ.ରାମପୁର ସ୍ନେହଲତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି କଳାରୁଦ୍ର ଯୁବକ ସଂଘ ଯୋରାଡବ୍ରା ଠାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବକ କେନ୍ଦ୍ର ସ୍ବେଛ୍ଛାସେବୀ କ୍ଷିରୋଦ୍ର ସାହୁ ଓ ସେବା ସହୋଯୋଗଯସମିତି ସଂପାଦକ ଶୁଭ୍ରାଶୁ ସାହୁ ସହଯୋଗ କରିଥିଲେ।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.