ସ୍ୱଚ୍ଛ ଗ୍ରାମ – ସବୁଜ ଗ୍ରାମ ଅଭିଯାନ

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ କଳାରୁଦ୍ର ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଗ୍ରାମ – ସବୁଜ ଗ୍ରାମ ଅଭିଯାନ

କଳାହାଣ୍ଡି,୧୪/୭: କର୍ଲାମୁଣ୍ଡା ବ୍ଲକ କୁସୁର୍ଲା ହଜାରୀପଡା ଠାରେ କଳାରୁଦ୍ର ଯୁବକ ସଙ୍ଘ ଓ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫରୁ ସ୍ୱଚ୍ଛ ଗ୍ରାମ – ସବୁଜ ଗ୍ରାମ ଅଭିଯାନ ପାଳନ ହୋଇଯାଇଛି । କଳାହାଣ୍ଡିରେ ସ୍ୱଚ୍ଛ ଗ୍ରାମ – ସବୁଜ ଗ୍ରାମ କାର୍ଯ୍ୟକ୍ରମ ର ୩୪୦୦୦ ବୃକ୍ଷ ରୋପଣ କରିବାର ଶୁଭାରମ୍ଭ ଶାନ୍ତିବନରେ ବିଭିନ୍ନ କିସମର ପ୍ରାୟ ଏକ ଶହ ବୃକ୍ଷ ରୋପଣ ହୋଇଯାଇଛି । ନେହେରୁ ଜିଲ୍ଲା ଯୁବ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ମେହେର ଏବଂ ଦୁତୀୟା ବନଛୋରଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଉଦଘାଟନ କରିଥିଲେ ।ଏଥିରେ ମୁଡିଙ୍ଗ ସରପଞ୍ଚ ଟଙ୍କଧର ନାଏକ ଉପସ୍ଥିତ ଥିବାବେଳେ କଳାରୁଦ୍ର ଯୁବକ ସଂଘ ସଭାପତି ସନତ କୁମାର ସାହୁ ,ସମ୍ପାଦକ ସଂଜୀବ ସାହୁ, ରେଷବ, ଦୟାନିଧି, ରମେଶ, ଅରବିନ୍ଦ, ରଘୁ, ଲୁଲୁ, ଚୂମନ, ଭଗତ ଓ ସ୍ବେଛାସେବୀ ଶୁଭ୍ରାଂଶୁ ଓ ଶୁଚିସ୍ମିତା ପ୍ରମୁଖ ସହଯୋଗ କରିଥିଲେ ‌।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.