କୋକସରା,୧୫/୧: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୋଟେର ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟ ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାରୁ ଆସିଥିବା ଅଧିକାରୀ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ।
କାଲିଆ ଯୋଜନା, ଆମଘରେ ଆମ ଏଲଇଡି, ସ୍ବାସ୍ଥ୍ୟ, ମିଶନ ଶକ୍ତି ଆଦି ବିଭାଗରୁ ବିଭାଗୀୟ କର୍ମଚାରୀ ମାନେ ଜନତାଙ୍କୁ ସଚେତନ କରାଇଥିଲେ।ଏହିଅବସରରେ ସ୍ଥାନୀୟ ସରପଞ୍ଚ ଇଂ ସୁଶୀଲ କୁମାର ଶବର, ଧର୍ମଗଡ ବିଇଓ ଜଗନ୍ନାଥ ନନ୍ଦ, ଜେଇ ସୂର୍ଯ୍ୟ ନାଥ, ପିଇଓ ସତ୍ୟବାନ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସରପଞ୍ଚ ସୁଶିଲ କୁମାର ଶବର ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube