କୋକସରା,୧୫/୧:
ସ୍ବାମୀ ବିବେକାନନ୍ଦ ଚିକାଗୋ ଧର୍ମ ମହାସଭାରେ ଅଭିଭାଷଣର ୧୨୫ବର୍ଷ ପୂର୍ତ୍ତୀ ଅବସରରେ ସ୍ବାମୀଜୀ ଙ୍କ ପ୍ରତିମୂର୍ତ୍ତୀ ରଥ ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୋଟେର ଠାରେ ପହଞ୍ଚିଛି। ଏହି ପ୍ରତିମୂର୍ତ୍ତୀ ରଥ କୁ ଯୁବନେତା ସମାଜସେବୀ ଇଂ ଶ୍ରୀ ସୁଶିଲ କୁମାର ଶବର ଶହ ଶହ ଯୁବକ ଙ୍କ ଗହଣରେ ସ୍ବାଗତ ସମ୍ବର୍ଦ୍ଧନା ଜଣେଇଥିଲେ।
ଶ୍ରୀରାମକୃଷ୍ଣ ପରମହଂସ ଓ ଶ୍ରୀମା ସାରଦା ଦେବୀଙ୍କ ଆର୍ଶୀବାଦରେ ସେହି ଦିବ୍ୟ ଶକ୍ତି କଳାହାଣ୍ଡି ଯୁବକଙ୍କୁ ଆଗେଇ ନେବାପାଇଁ ଆସିଛନ୍ତି ଆସନ୍ତୁ ଆମେ ସମସ୍ତେ ତାଙ୍କର ଆର୍ଶିବାଦ ନେଇ ଆମ ଜିଳ୍ଳାକୁ ସମଗ୍ର ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଦୃଢ ସଂକଲ୍ପ କରିବା ବୋଲି ଇଂ ସୁଶିଲ କୁମାର ଶବର ତାଙ୍କ ଉଦବୋଧନରେ କହିଛନ୍ତି
କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in