ବୁଲା କୁକୁରଙ୍କ ହାବୁଡ଼ରେ ପଡି ପାଞ୍ଚ ବର୍ଷୀୟ ଶିଶୁ ମୃତ

ହୃଦୟ ବିଦାରକ ଘଟଣାରେ ସ୍ତବ୍ଧ ଖୁଣ୍ଟିଆ ଗ୍ରାମ

କୋକସରା,୨୪/୭: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖୁଣ୍ଟିଆ ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ତଥା ହୃଦୟ ବିଦାରକ ଘଟଣା । ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୫ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି ।

ପ୍ରାପ୍ତ ସୂଚନା ଅନୁସାରେ ଖୁଣ୍ଟିଆ ଗ୍ରାମର ଲଷ୍ମୀଧର ଧରୁଆଙ୍କ ପୁଅ ବସନ୍ତ (୫) ଗାଁ ମୁଣ୍ଡ ନଦୀ ରାସ୍ତା ପାଖରେ ଖେଳୁଥିବା ସମୟରେ ବାଟରେ ଦଳେ ବୁଲା କୁକୁର ଦଳବଦ୍ଧ ଭାବରେ ଆକ୍ରମଣ କରିଥିବାରୁ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର ହୋଇଥିଲେ । ତାଙ୍କୁ ପ୍ରଥମେ ପର୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉପଖଣ୍ଡଚି କିତ୍ସାଳୟ ଧର୍ମଗଡ଼କୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅବସ୍ଥାରେ କିଛି ସୁଧାର ନ ଆସିବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିଲେ । ତେବେ ସେମାନେ ଅତି ଗରିବ ପରିବାର ହେତୁ ଭବାନୀପାଟଣା ନ ନେଇ ଘରକୁ ଫେରେଇ ଆଣିଥିଲେ । ତେବେ ଯନ୍ତ୍ରଣା ସହି ନ ପାରି ବାଳକର ମୃତ୍ୟୁ ହେଇଥିଲା । ଏଭଳି ଅପ୍ରାକୃତ ମୃତ୍ୟୁକୁ ନେଇ ପରିବାର ତଥା ଗାଁରେ ଶୋକର ଛାୟା ଖେଳିଯାଇଛି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.