ସଇଁତଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ସଇଁତଲା,୧୮/୦୧: ବଲାଂଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଧରପଗଡ ପଞ୍ଚାୟତ ଠାରେ ଆଜି ପିଠା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରେମରାଜ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଇଁତଲା ବିଡ଼ିଓ ଚିତ୍ତରଞ୍ଜନ ବନଗୋଲା ଓ ସମ୍ମାନିତ ଅତିଥି ଭାବେ ପୁର୍ବତନ ସରପଞ୍ଚ ତଥା ସମବାୟ ସମିତି ଧରପଗଡ ସଭାପତି ସତ୍ୟ ନାରାୟଣ ପଣ୍ଡା, ସମିତି ସଭ୍ୟା ପୁଷ୍ପାଞ୍ଜଳୀ କୁଅଁର, ଟିଟିଲାଗଡ଼ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ନିର୍ବାହୀ ଅଧିକାରୀ କୁଞ୍ଜ ବିହାରି ପୁଟେଲ ପ୍ରମୂଖ ଯୋଗ ଦେଇ ନୂତନ ରାସନ୍ କାର୍ଡ ଧରି ମାନଙ୍କୁ ଏଲିଡି ବଲ୍, ପଞ୍ଚାୟତ ଅଧିନସ୍ତ ସମସ୍ତ ଗ୍ରାମର ସ୍ବୟଂ ସାହାୟକ ଗୋଷ୍ଠୀଙ୍କୁ ମିଶନ ଶକ୍ତି ମାନପତ୍ର ପ୍ରଦାନ ଓ ସୁନେତ୍ର ଯୋଜନାରେ ଚଷମା ବଣ୍ଟନ କରିଥିଲେ । ସଭା ଶେଷରେ ସ୍ୱଚ୍ଛାସେବୀ ଅନୁଷ୍ଠାନର ସିଦ୍ଧେଶ୍ବର ମାଝୀ ଧ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

ସେହିପରି ଗଣ୍ଡପତ୍ରାପାଳି ପଞ୍ଚାୟତରେ ପିଠା କାର୍ଯକ୍ରମ ସରପଞ୍ଚ ସୁମୁଖୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଡ଼ିଓ  ଚିତ୍ତରଞ୍ଜନ ବନଗୋଲା ବିଜେଡିର ଜୁବ ସଂଗଠକ ରାଜକିଶୋର ଡାଙ୍ଗଙ୍କ ସମେତ ସମିତି ସଭ୍ୟ ଏବଂ ସମସ୍ତ ପଦାଧିକାରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

କୁଇକେଡା ପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ ସରପଞ୍ଚ ପୁଷ୍ପାଞ୍ଜଳୀ ବାଗଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ବିଡିଓ ଚିତ୍ତରଞ୍ଜନ ବନଗୋଲା, ସମ୍ମାନିତ ଅତିଥି ସମିତି ସଭ୍ୟା ପ୍ରତିମା ସାହୁ, ନିର୍ବାହି ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ ଓ ଅନ୍ୟାନ୍ୟ ପଦାଧିକାରୀ ଯୋଗଦେଇଥିଲେ ଏବଂ ନୂତନ ରାସନ କାର୍ଡ ଧାରିଙ୍କୁ ଏଲିଡି ବଲ ପ୍ରଦାନ କରିଥିବା ବେଳେ ସୁନେତ୍ର ଯୋଜନାରେ ଚଷମା ବଣ୍ଟନ  କରିଥିଲେ ।

Udyog Nursery
Udyogi Nursery

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.