ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି

୭୯ତମ ଦିନରେ ଆଦର୍ଶ ଯୁବକ ସଂଘ ନାରେନ ସାମିଲ

ଟିଟିଲାଗଡ,୧୮|୦୧: ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ୭୯ ଦିନରେ ପହଞ୍ଚିଥିଲେ ମଧ୍ୟ ସରକାର ଅନ୍ଧ ଓ ବଧିର ସାଜିଥିବା ବେଳେ ଟିଟିଲାଗଡର କୋର୍ଟ, କଚେରୀ, ବ୍ଲକ ଆଦିରେ  ଅଚଳାବସ୍ଥା ଜାରି ରହିଛି । ଟିଟିଲାଗଡ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଦୀର୍ଘ ଦିନ ଧରି ବାରମ୍ବାର ଜିଲ୍ଲା ମାନ୍ୟତା ଦାବି କରିଆସୁଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ ଆଭିମୁଖ୍ଯ ଜଣାଇ ନାହାନ୍ତି ।ଟିଟିଲାଗଡ ଜିଲ୍ଲା ଶିଘ୍ର ହେବ ବୋଲି ଅଞ୍ଚଳବାସୀ ଆଶାବାନ୍ଧିଥିବା ବେଳେ ଯଦି ନିର୍ବାଚନ ପୁର୍ବରୁ ରାଜ୍ୟ ସରକାର ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନ କରନ୍ତି ତେବେ ଭୋଟ୍ ବର୍ଜନ ସହ ଏହାର ଆକ୍ରୋଶ ନିର୍ବାଚନ ଉପରେ ପଡିବ ବୋଲି ଚର୍ଚା ଆଲୋଚନା ଚାଲିଛି । ଶୁକ୍ରବାର ଦିନ ଆଦର୍ଶ ଯୁବକ ସଂଘ, ନାରେନ ର କର୍ମକର୍ତ୍ତାମାନେ ଟିଚିଲାଗଡ ଜିଲ୍ଲା ଦାବି ପାଇଁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଗଣଧାରଣାରେ ସାମିଲ ହୋଇଥିଲେ । ଆଦର୍ଶ ଯୁବକ ସଂଘ ର ସଭାପତି ଶ୍ରୀଯୁକ୍ତ ତପବନ୍ତ ପୁଟେଲଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦେବାଶିଷ ସାମଲଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ସମ୍ପାଦକ ଶଶିଭୂଷଣ ହୋତ,ସମାଜସେବୀ ଦିନେସ୍ ଅଗ୍ରୱାଲ, ମହିଳା ସଭାନେତ୍ରୀ ଶ୍ରୀମତୀ ନିରୁପମା ସରାଫଙ୍କ ସହ ଅନିଲ ସ୍ବାଇଁ, ସୁଶାନ୍ତ ରଣା, ବୈବ ପୁଟେଲ, ଭରତ ବାଗ, ଲିତେସ୍ ନାୟକ, ଟିଲୁ ପୁଟେଲ, ଋତୁରାଜ୍ ଆଡଜୁଆଡ୍, ଥବିର ପୂଜାରୀ, ଚମ୍ପେ ପୁଟେଲ, ଧରଣୀ ରଣା, ନିତ୍ୟନନ୍ଦ ପୁଟେଲ, କ୍ଷେତ୍ର ମୋହନ ସ୍ବାଇଁ, ଝସକେତନ ପୂଜାରୀ, ଫକିର ନାଗ ତଥା ଅନ୍ୟାନ୍ୟ ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.