ହିମାଞ୍ଚଳ ରାଉତଙ୍କ କବିତା : ନେଟ୍ ଫେଲ୍

ତାକୁ ଯନ୍ତର ମନ୍ତର ରେ
ଆନ୍ନାହଜାରେଙ୍କ ପରି ସାତଦିନ
ଅନଶନରେ ବସିବାକୁ କହିଲେ
ହସି ହସି ବସିଯିବ ।

Omkar Vasthu
Omkar Vasthu

ପ୍ରେମିକାକୁ ବାହାହେଇ ନପାରି
ନିସଙ୍ଗ ଜୀବନ ଜିଇଁବାକୁ ପଡିଲେ
ସହଜରେ ସହିଯିବ ।
କିନ୍ତୁ ହାତରୁ ମୋବାଇଲ
ଓ ମୋବାଇଲ ରୁ ଫେସବୁକ
ହୁଆଟ୍ସଆପ, ଇନଷ୍ଟୋଗ୍ରାମ,
ୟୁଟୁବ, ଟୁଇଟର୍ ଛଡେଇ ନେଲେ
ପାଣିରୁ ମାଛକୁ ବାହାର କଲା ପରି
ଛଟପଟ ହେଇ ମରି ଯିବ
ଛଟପଟ ହୋଇ ମରିଯିବ ।।

Pearl dental clinic
Near Ashish Medical Store, Bhawanipatna

ପିଲାଟି ପରିକ୍ଷାରେ ଫେଲ ହେଲେ
ଆର ବର୍ଷକୁ ଦେଇ ହବ
ଯାତ୍ରୀ ବସ ଫେଲ ହେଲେ
ପଛ ବସରେ ଚାଲିଯିବ
ବ୍ୟକ୍ତିର ହାର୍ଟ ଫେଳ ହେଲେ
ଜିଭତଳେ ସର୍ବିଟେଟ ଔଷଧ ଦେଇ
ପ୍ରକୃତିସ୍ଥ କରିହେବ
କିନ୍ତୁ ନେଟ୍ ଫେଳ ହେଳେ ?
ଦୁନିଆଁ ଅନ୍ଧାର ହେଇ ଯିବ
ଦୁନିଆଁ ଅନ୍ଧାର ହେଇ ଯିବ।।

Udyog Nursery
Udyogi Nursery

ଏଠି ଅଝଟ ଛୁଆକୁ ଆ ଜହ୍ନ ମାମୁଁ ସରଗ ଶଶି କହି ବୁଝେଇ ହୋଉନି
କି ବୁଢି ଅସୁରୁଣୀର ଗପ କହି
ଭୁତେଇ ହୋଉନି ।
ବରଂ କମ୍ପୁଟରର ପାସୱାର୍ଡ
ବଦଳେଇ ଦେବି କହିଲେ
ପିଲା ସାଙ୍ଗେ ସାଙ୍ଗେ ବୁଝିଯିବ
ପିଲା ସାଙ୍ଗେ ସାଙ୍ଗେ ବୁଝିଯିବ।।

ଘୁରିବୁଲୁ ବ୍ରହ୍ମ ବିଭ୍ରାଟ ଫଟୋଚିତ୍ର
ଭାଏରାଲ ହେଉ ଝିଅବହୂଙ୍କ ନଗ୍ନ
ଭିଡିଓ ଏ ମୋବାଇଲରୁ
ସେ ମୋବାଇଲକୁ
ଳିକ୍ ହେଉ ଓଟିଇଟି  ପ୍ରଶ୍ନ ପତ୍ର
ଗେମ୍ ପଛରେ ଗୋଡ଼େଇ
ଆତ୍ମହତ୍ୟା କରନ୍ତୁ ଅନେକ ଯୁବକ
ସେଲ୍ଫି ନେଉ ନେଉ ପଛେ
ଖସି ପଡୁ ଖୁବ୍ ତଲକୁ ।
ଗାଡି ଚଳେଇଳା ବେଳେ
ଘଟିଯାଉ ଦୁର୍ଘଟଣା ।
ଘରେ ଅଟା ଓଳିଏ ନଥିଲେ ଚଳିଯିବ
ଡାଟା ସବୁ ବେଳେ ରହୁଥିବ
ଡାଟା ସବୁ ବେଳେ ରହୁଥିବ ।।

ସହକାରୀ ଶିକ୍ଷକ, ଉଚ୍ଚ ବିଦ୍ୟାଳୟ କୁମଯୋର
-ଘଣ୍ଟିଗୁଡ଼ା, ଜୟପାଟଣା ,କଳାହାଣ୍ଡି

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.