ପୁଲିତଜର୍ ବିଜୟୀ ଲେଖିକା ମେରୀ ଓଲିଭରଙ୍କ ପରଲୋକ

ନ୍ୟୁୟର୍କ୍: ପୁଲିତଜର ପୁରସ୍କାର ବିଜେତା ଲେଖିକା ମେରୀ ଓଲିଭର୍ (୮୩) ଫ୍ଲୋରିଡାର ହବ୍ ସାଉଣ୍ଡ ସ୍ଥିତ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି । ଓଲିଭର୍ ୨୦୧୫ରୁ ଲିଂଫୋମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୧୯୩୫ରେ ଜନ୍ମିତ ଓଲିଭର୍ ଆମେରିକାର ଜଣେ ଲୋକପ୍ରିୟ କବି । ନ୍ୟୁୟର୍କ ଟାଇମ୍ସ ତାଙ୍କୁ ଆମେରିକାର ସର୍ବାଧିକ ପଠିତ କବିର ମାନ୍ୟତା ଦେଇଛି । ସେ ୩୦ରୁ ଉଦ୍ଧ୍ୱର୍ ପୁସ୍ତକ ରଚନା କରିଥିବା ବେଳେ ୧୯୮୪ରେ ‘ଆମେରିକାନ୍ ପ୍ରିମିଟିଭ୍’ ପାଇଁ ପୁଲିତଜର୍ ପୁରସ୍କାର ଏବଂ ୧୯୯୨ରେ ‘ନ୍ୟୁ ଏଣ୍ଡ୍ ସିଲେକ୍ଟେଡ୍ ପୋଏମ୍ସ’ ପାଇଁ ନେଶ୍ନାଲ୍ ବୁକ୍ ଏୱାର୍ଡ୍ ପାଇଥିଲେ । ତାଙ୍କର ଅନେକ ବହି ବେଷ୍ଟସେଲର୍ ମାନ୍ୟତା ଲାଭ କରିଥିଲା ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.