୨୩ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ଉଦଯାପିତ

କଳାହାଣ୍ଡି: ୨୩ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ଉଦଯାପିତ ହୋଇଯାଇଛି । ଗତ ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଭବାନୀପାଟଣାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଉତ୍ସବ ଘଂଟ, ଘୁମୁରା, ନିଶାନ୍, ମାଦଳ, ଢୋଲ ବାଦ୍ୟ ଓ ନୃତ୍ୟ ତଥା ରଙ୍ଗାରଙ୍ଗ ଆତସବାଜି ସହ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଗାଭାଲି ପରାଗ ହର୍ଷଦ, ନୂଆପଡ଼ା ଜିଲ୍ଲାପାଳ ପୋମା ଟୁଡ଼ୁ ଏବଂ ପିଡି ଡିଆରଡିଏ ଶ୍ରୀ ଷଡଙ୍ଗୀ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଉପାଧ୍ୟକ୍ଷ ଶରତ କୁମାର ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ ।

Omkar Vasthu
Omkar Vasthu

ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ତଥା ଚଳଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କୁ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସମ୍ମାନଜନକ କଳାହାଣ୍ଡି ରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ଚିତ୍ରଶିଳ୍ପୀ ଅକ୍ଷୟ କୁମାର ପଟ୍ଟନାୟକ, ବିଶିଷ୍ଟ ଫୁଟବଲ ଖେଳାଳୀ ଜଗଦୀଶ ଚନ୍ଦ୍ର ପ୍ରଧାନ, ‘ଚଇତି ଚଢ଼େଇ’ର ସଂପାଦକ ଶ୍ରୀନିବାସ ବେହେରା ଓ ବିଶିଷ୍ଟ ଚାଷୀ ସତ୍ୟାନନ୍ଦ ଠାକୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେପରେ କଳାହାଣ୍ଡି ଉତ୍ସବ ସ୍ମରଣିକା ‘କଳାଝରଣ’ ଉନ୍ମୋଚିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ଉଦଯାପନୀ ଦିବସରେ ପଞ୍ଜାବର ଭାଙ୍ଗଡ଼ା, ଆସାମର ବିହୁ, ବେଙ୍ଗାଲୁରୁର ଓଡଶି, ଜମ୍ମୁ କଶ୍ମୀରର ରୂପ ଡ୍ୟାନ୍ସ, ଭବାନୀପାଟଣା ଜେକେ ଡ୍ୟାନ୍ସ ସ୍କୁଲର ଲୋକନୃତ୍ୟ, ପ୍ରତିଭାର ସିଙ୍ଗାରି, ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ୍, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଟାନର ଲୋକନୃତ୍ୟ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ପ୍ରଦର୍ଶନ କରିଥିଲେ । ପାରବା ମଂଚରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Udyog Nursery
Udyogi Nursery

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.