ରାଜ୍ୟ ସରକାର ବଢାଇଲେ ବାର୍ଧକ୍ୟ ଭତ୍ତା : ଉପକୃତ ହେବେ ୪୪ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର,୧୯/୧: 
ବୃଦ୍ଧ, ବୃଦ୍ଧା, ବିଧବା ଓ ଅସହାୟଙ୍କ ପାଇଁ ଖୁସି ଖବର । ସାମାଜିକ ସୁରକ୍ଷା ପାଇଁ ଦିଆଯାଉଥିବା ବିଭିନ୍ନ ଭତ୍ତାର ପରିମାଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ଭତ୍ତାକୁ ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ଯେଉଁ ହିତାଧିକାରୀ ମାନେ ପୂର୍ବରୁ ୩୦୦ ଟଙ୍କା ଭତ୍ତା ପାଉଥିଲେ ସେମାନେ ଫେବୃଆରୀ ୧୫ ତାରିଖରୁ ୫୦୦ ଟଙ୍କା ପାଇବେ । ସେହିପରି ଯେଉଁମାନେ ୫୦୦ ଟଙ୍କା ଭତ୍ତା ପାଉଥିଲେ ସେମାନେ ୭୦୦ ଟଙ୍କା ପାଇବେ । ଏହା ଦ୍ୱାରା ରାଜ୍ୟର ୪୪ ଲକ୍ଷ ବୃଦ୍ଧ, ବୃଦ୍ଧା, ବିଧବା ଓ ଅସହାୟ ହିତାଧିକାରୀ ଲାଭବାନ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ, ” ମୁଁ ସବୁବେଳେ ସମାଜର ଗରିବ ଲୋକଙ୍କ ବିକାଶ ଲାଗି ଚିନ୍ତା କରୁଛି। ତେଣୁ ଭତ୍ତା ବଢ଼ାଇବା ନିଷ୍ପତ୍ତି ନେଲି । ” ଶନିବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.