କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍ (OUJ) ର ଦ୍ବିବାର୍ଷିକ ସାଧାରଣ ସଭା

କଳାହାଣ୍ଡି ଜିଲ୍ଲା ଓୟୁଜେର କର୍ମକର୍ତ୍ତା ଚୟନ: କମ୍ଭୁପାଣି ମିଶ୍ର ସଭାପତି, ସନ୍ତୋଷ ସିଂ ଦେଓ ସାଧାରଣ ସଂପାଦକ

କୋକସରା: କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍ ସହବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ର ଦ୍ବିବାର୍ଷିକ ସାଧାରଣ ବୈଠକ କୋକସରା ବ୍ଲକ ଆମପାଣି କରକ ଜଳପ୍ରପାତ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଘ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକରେ ନୂତନ ଭାବେ କଳାହାଣ୍ଡି ଜିଲ୍ଲା ଓୟୁଜେର କର୍ମକର୍ତ୍ତା ଚୟନ କରାଯାଇଥିଲା। ଜିଲ୍ଳା ସଭାପତି କମ୍ଭୁପାଣି ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଓୟୁଜେ ରାଜ୍ୟ ସମ୍ପାଦକ ଇଙ୍ଗିତ ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ରାଜ୍ୟ ସଂଗଠନ ସଂପାଦକ ଅଂଶୁମାନ ପାତ୍ର, ଅନ୍ୟତମ ଅତିଥି ଭାବରେ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


ବୈଠକ ଆରମ୍ଭରେ କୋଭିଡ ସମୟରେ ରାଜ୍ୟରେ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ଉଦେଶ୍ୟ ରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟରେ ଓୟୁଜେ ସାମ୍ବାଦିକ ସଂଘ ସବୁଠାରୁ ବଡ଼ ସଂଘ ହୋଇଥିବାବେଳେ ସଂଘ ସର୍ବଦା ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୋଇ କାର୍ଯ୍ୟକରୁଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟପକ୍ଷ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା।


ଏହି ପରିପ୍ରେକ୍ଷୀରେ ପୂନର୍ବାର କମ୍ଭୁପାଣି ମିଶ୍ରଙ୍କୁ ଓୟୁଜେ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଚୟନ କରାଯାଇଥିବାବେଳେ କାର୍ଯ୍ୟକାରି ସଭାପତି ଭାବେ ବିରଞ୍ଚି ନାରାୟଣ ଜାଲ, ସାଧାରଣ ସଂପାଦକ ସନ୍ତୋଷ ସିଂ ଦେଓ, ସଂଘଠନ ସମ୍ପାଦକ ଅଂଶୁମାନ ପାତ୍ର, ଜିଲ୍ଲା ଉପ-ସଭାପତି ଭାବେ ଲିଙ୍ଗରାଜ ମିଶ୍ର, ସୁଧିର ପ୍ରସାଦ ସାହୁ, ସୁଭେନ ପଟ୍ଟନାୟକ, ଭଦ୍ରାଞ୍ଚଲ ନାଏକ, ଉତ୍ତମ ଦାସ, କାର୍ଯ୍ୟଳୟ ସମ୍ପାଦକ ମନମୋହନ ପ୍ରଧାନ, କେଷାଧ୍ୟକ୍ଷ ଅଞ୍ଜନ କୁମାର ରଥ, ଜିଲ୍ଲା ସମ୍ପାଦକ ଭାବରେ ବୈଦ୍ୟନାଥ ବେହେରା, ଚିତ୍ତରଞ୍ଜନ ରଣା, ହେମନ୍ତ କୁମାର ସାହୁ, ନିହାର ରଞ୍ଜନ ବେହେରା, ଡମ୍ବରୁଧର ଭୋଇ, କ୍ଷମାନିଧି ମହାଖୁଡ଼, ସନତ ପ୍ରଧାନୀ, ରାଜ୍ୟ କାର୍ଯ୍ୟକାରି ସଦସ୍ୟ କିଶୋର କୁମାର ନାଏକ ଓ ହେମନ୍ତ ମାଝି, ଜାତୀୟ କାର୍ଯ୍ୟକାରୀଣି ସଦସ୍ୟ ପ୍ରଭାକର ପଟ୍ଟନାୟକ, ପ୍ରବିର କୁମାର ବେହେରା ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି।


ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କୋକସରା ବ୍ଳକ ସାମ୍ବାଦିକ ସଂଘର ଶରତ ଚନ୍ଦ୍ର ରାଉତ, ଭଦ୍ରାଞ୍ଚଲ ନାଏକ, ସନତ କୁମାର ପ୍ରଧାନି, ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ, ଜଗଦୀଶ ଚନ୍ଦ୍ର ନାଏକ, ତାପସ ରଞ୍ଜନ ରାୟ, ଭୋଲାନାଥ ପଟେଲ, କାମେଶ ନାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.