ମା ତାରିଣୀ ଗ୍ରାମ୍ୟ ବିହନ ଭଣ୍ଡାର ଓ ଆଇକାର୍ଡ ସଂସ୍ଥା ଦ୍ୱାରା ମୁଗ ଓ ବିରି ବିହନ ବଣ୍ଟନ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କୋଲନରା ବ୍ଳକ ସୁରୀ ଗ୍ରାମ ପଂଚାୟତ ଅଧିନସ୍ଥ ଖମାସିଂ ଗ୍ରାମ ଠାରେ ଆଜି ମା ତାରିଣୀ ଗ୍ରାମ୍ୟ ବିହନ ଭଣ୍ଡାର ଓ ଆଇକାର୍ଡା ସଂସ୍ଥା ଦ୍ୱାରା ରବି ଚାଷ ପାଇଁ ଅଧିକ ଅମଳକ୍ଷମ ମୁଗ ଓ ବିରି ବିହନ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଲନରା ସ୍ଥିତ କୃଷି ବିଭାଗର ବିଟିଏମ ଶ୍ରୀମତି ଅର୍ଚ୍ଚନା ଭିଦକର ଓ ଏଟିଏମ ଶରତଚନ୍ଦ୍ର ଦଳେଇ ଯୋଗ ଦେଇ ଆତ୍ମା ଦ୍ୱାରା ସମ୍ଭାବ୍ୟ ବିଭିନ୍ନ ପ୍ରକାର ଯୋଜନା ବିଷୟରେ ଚାଷୀଙ୍କୁ ଅବଗତ କରିଥିଲେ । ଏଥିସହିତ ବିହନ ବିତରଣ କରିବା ସମୟରେ ଏହାକୁ ଧାଡିରେ ଲଗାଇବା ପାଇଁ ପ୍ରେରଣା ଦେବା ସହ ଧାଡିରେ ଲଗାଇଲେ ଗଛକୁ ଗଛ ବ୍ୟବଧାନ ରହିବ,ରୋଗ କମ ହେବ ଓ ଅଧିକ ଅମଳ ହୁଏ ବୋଲି କହିଥିଲେ । ଏହାପରେ ଆଇକାର୍ଡା ସଂସ୍ଥା ତରଫରୁ ସୁଦର୍ଶନ ବିଶ୍ୱାଳ, କ୍ଷେତ୍ର ପରିଚାଳକ ଗ୍ରାମ୍ୟ ବିହନ ଭଣ୍ଡାର କେଉଁ କେଉଁ ସର୍ତ ରଖି ବିହନ ବିତରଣ କରୁଛନ୍ତି ସେ ବିଷୟରେ ବୁଝାଇଥିଲେ ।


ପୂର୍ବ ବର୍ଷମାନଙ୍କରେ ଚାଷୀଙ୍କୁ ବିନା ମୂଲ୍ୟରେ ବିହନ ଦିଆଯାଉଥିଲା କିନ୍ତୁ ଏଥର ବିହନକୁ ବିକ୍ରି କରାଯିବ ବୋଲି କହିଥିଲେ । ଚାଷୀ ସଂପୂର୍ଣ୍ଣ ପୈଠ ତଥା ଅଧା ପୈଠ କରି କିମ୍ବା କିଛି ପୈଠ ନ କରି ମଧ୍ୟ ବିହନ ବର୍ତମାନ ନେଇ ପାରିବେ କିନ୍ତୁ ଫସଲ ଉତ୍ପାଦନ ପରେ ବକେୟା ଅର୍ଥ ବାବଦରେ ଦେଢଗୁଣା ସୁଦ୍ଧା ଆଦାୟ କରି ଭିଏସଏଚକୁ ଫେରାଇବାକୁ ପଡିବ ।

ଏହାଦ୍ୱାରା ବିହନ ଭଣ୍ଡାର ଭବିଷ୍ୟତରେ ସୁଦୃଢ ହୋଇପାରିବ । କାର୍ଯ୍ୟକ୍ରମ ଶେଷରେ ବିହନ ବଂଟନ କରାଯାଇଥିବା ବେଳେ ଚାଷୀମାନେ ରବିଚାଷ ପାଇଁ ଆଗଭର ପ୍ରକାଶ କରିଥିଲେ ବୋଲି ଶ୍ରୀ ବିଶ୍ୱାଳ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.