ଗଦଗଦା ଜଳପ୍ରପାତର ଉନ୍ନୟନ ପାଇଁ ଡିଏଫ୍‌ଓଙ୍କୁ ଦାବିପତ୍ର

କଳାହାଣ୍ଡି/ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନସ୍ଥଳ ଥିବାବେଳେ ସମ୍ମନ୍ୱୟର ଅଭାବ ଯୋଗୁଁ ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତରେ ଥିବା ଗଦଗଦା ଜଳପ୍ରପାତର ବିକାଶ ହୋଇପାରୁନାହିଁ । ଏହାକୁ ନେଇ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକ ମହଲରେ ନୈରାଶ୍ୟ ଦେଖାଦେଇଥିବାବେଳେ ଆଜି ଏହି ଜଳପ୍ରପାତର ବିକାଶ ପାଇଁ ଲାଞ୍ଜିଗଡ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପାଦ ବଢାଇଛନ୍ତି । ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଦକ୍ଷୀଣ ବନଖଣ୍ଡ ଅଧିକାରୀ ଟି. ସୁରେଶ କୁମାରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ ସହିତ ଲାଞ୍ଜି ସରପଞ୍ଚ ବିଷ୍ଣୁଚରଣ ଭୋଇ ସାମିଲ ଥିବାବେଳେ ବନବିଭାଗ ପକ୍ଷରୁ ଏଥିପ୍ରତି ଅନୁକୂଳ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.