ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲା କରୋନା ଟୀକା

ମୋହନା, (ଏସ୍ ତ୍ରିପାଠୀ): ଦୀର୍ଘଦିନର ଅପେକ୍ଷା ପରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ପହଞ୍ଚିଛି କରୋନା ଟୀକା । ଏହିପରି ପେକ୍ଷୀରେ ଗଜପତି ଜିଲ୍ଲାର ମୋହନା, ପାରଳାଖେମୁଣ୍ଡି, ରାୟଗଡ଼, ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକାକରଣର ବ୍ୟବସ୍ଥା ଜିଲ୍ଲା ପ୍ରସାଶନ ପକ୍ଷରୁ କରାଯାଇଛି । ଶୁକ୍ରବାର ପୁର୍ବାହ୍ନ ୧୧ଟା ସମୟରେ କଡା ସୁରକ୍ଷା ମଧ୍ୟରେ ଜାତୀୟ ଟୀକା ଯାନରେ ପହଞ୍ଚିଥିଲା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

Omkar Vasthu
Omkar Vasthu


ଟୀକା ସୁରକ୍ଷିତ ରଖାଯାଇଥିବା ବକ୍ସକୁ ଓହ୍ଲାଯାଇ ଧୂପ, ଦୀପ, ହୁଳହୁଳି, ଶଙ୍ଖ, ଘଣ୍ଟି ବଜାଇ ବନ୍ଦାପନା କରି ଟୀକା ସୁରକ୍ଷିତ ରଖାଯିବା ଗୁହକୁ ବିଡ଼ିଓ ବଂଶୀଧର ଖୋସଲା, ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ଼.ନମିତାପଣ୍ଡା, ଡ଼. ଅମୃତରାଜ ଜେନା, ଡ଼. ଜୟ ପଣ୍ଡା, ଜିଲ୍ଲା ଆଶା ପ୍ରବନ୍ଧକ ନାରାୟଣ ମଲ୍ଲିକ, ଫାର୍ମାଶିଷ୍ଟ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଷ୍ଟାପ ନର୍ସ ଉର୍ମିଳା ପ୍ରଧାନ, ଏଲଏଚଭି ପ୍ରତିଭା କୁମାରୀ ପରିଡ଼ା, ବିପିଏମ ବିଭୂପ୍ରସାଦ କର, ବସନ୍ତ ନାୟକ ଆଦି କର୍ମଚାରୀମାନେ ନେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଟୀକାକରଣ ପାଇଁ ପଞ୍ଜିକୃତ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନାବାଡ଼ି କର୍ମୀ ଆଦି ଆଗଧାଡିର କରୋନା ଯୋଦ୍ଧାଙ୍କୁ ଏହି ଟୀକା ଶନିବାର ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ କୋଭିସିଲ୍ଡ ଟୀକା ୧୨ଟି ଭାଏଲ ୧୨୦ ଡୋଜ୍‌ ୧୦୦ ଜଣ କରୋନା ଯୋଦ୍ଧାଙ୍କୁ ଯେଉଁମାନଙ୍କର ବୟସ ୫୦ ବର୍ଷରୁ କମ୍ ହୋଇଥିବ ସେମାନଙ୍କୁ ଏହି ଟୀକା ଦିଆଯିବ ବୋଲି ଡାକ୍ତର ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.