ଅର୍ଥ ସାଜିଛି ବାଧକ : ସରକାରୀ ସୁବିଧା ପାଇଁ ମା’ର ଆକୁଳ ନିବେଦନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠିକପାଲି ଗାଁର ସ୍ଥାୟୀ ବାସିନ୍ଦା ତରୁଣ ସିଂ ମାଝୀ ଓ ଜେମାଦେଇ ମାଝୀ। ଜମି କହିଲେ ମାତ୍ର ଦେଢ଼ ଏକର। ତାହା ପୁଣି ଏକଫସଲି ଚାଷ କରିହୁଏ। ଅନ୍ତୋଦୟ କାର୍ଡଟିଏ ହିଁ ଏହି ଗରିବ ପରିବାରକୁ ସାହା।

Omkar Vasthu
Omkar Vasthu

ତାଙ୍କ ଘରେ ୨୦୧୧ ମସିହାରେ ଜନ୍ମ ନେଲେ ଧନଞ୍ଜୟ ମାଝୀ। ସବୁ ମାଆବାପା ଭଳି ନିଜ ପୁଅକୁ ଭଲ ପାଠ ପଢାଇବାର ସ୍ବପ୍ନ ଦେଖିଥିଲେ ତରୁଣ ଓ ଜେମାଦେଇ। କିନ୍ତୁ ପୁଅ ତାଙ୍କର ଯେମିତି ବଡ ହେଲା, ସେମିତି ଜଣାପଡିଲା ଯେ ତାର ମୁଣ୍ଡ ଶରୀର ଅପେକ୍ଷା ଶୀଘ୍ର ବଡ଼ ହେଉଛି। ଗତ ୪ ବର୍ଷ ହେବ ତରୁଣ ତା ପୁଅକୁ ନୂଆପଡା ସଦର ଡାକ୍ତରଖାନାକୁ ଆଣୁଛି, ହେଲେ ପୁଅର ଚିକିତ୍ସା ଅର୍ଥ ଅଭାବରୁ ସେ କରିପାରୁନି।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ବିଧାୟକ ବସନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ; ସମସ୍ତେ ଏକଥା ଜାଣି ମଧ୍ୟ ଅଣଦେଖା କରୁଛନ୍ତି ୮ ବର୍ଷୀୟ ଧନଞ୍ଜୟକୁ। ମା’ ତାର ଛାତିରେ ପଥର ରଖି କାନ୍ଦିକାନ୍ଦି ଚୁପ ହୋଇଯାଉଛି, ଯେତେବେଳେ ତା’ ପୁଅ ପଚାରେ “ମା’ ମୁଁ କଣ ବାକି ଛୁଆଙ୍କ ଭଳିଆ ସ୍କୁଲ ଯାଇ ପାରିବିନି? ତାଙ୍କ ଭଳିଆ ଖେଳି ପାରିବିନି?”

Udyog Nursery
Udyogi Nursery

ବର୍ତ୍ତମାନ ଧନଞ୍ଜୟ ନୂଆପଡା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ନୂଆପଡା ସିଡିଏମଓ ପ୍ରଭାସିନୀ ବ୍ରହ୍ମାଙ୍କୁ ଏ ବିଷୟରେ ପଚାରିବାରୁ ଆମେ କଟକ ବଡ ମେଡିକାଲକୁ ତାକୁ ପଠେଇବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.