ଜୟନ୍ତ ମହାପାତ୍ର ସାହିତ୍ୟ ଅକାଦେମୀ ଫେଲୋ ମନୋନୀତ

ନୂଆଦିଲ୍ଲୀ: ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କେନ୍ଦ୍ର ସାହିତ୍ୟ ଅକାଦେମୀର ମହତ୍ତର ସଦସ୍ୟ (ଫେଲୋ) ଭାବେ ମନୋନୀତ ହୋଇଛନ୍ତି। ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଲେଖୁଥିବା କବି ଜୟନ୍ତ ମହାପାତ୍ରଙ୍କର କବିତାଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ପାଠକୀୟ ସ୍ୱୀକୃତି ପାଇସାରିଛି।

Omkar Vasthu
Omkar Vasthu

ତାଙ୍କର ୨୭ଟି ଇଂରାଜୀ ଓ ୯ଟି ଓଡ଼ିଆ କବିତା ସଙ୍କଳନ ସହିତ ଗୋଟିଏ ଗପ ବହି ଏବଂ ଆତ୍ମଜୀବନୀ ପାହିନି ରାତି ପ୍ରକାଶ ପାଇସାରିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଶ୍ରୀ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀ ତିଥିରେ କଟକଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ । ସେ କଟକର ଷ୍ଟିବର୍ଟ ସ୍କୁଲରେ ପଢା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି। ୧୯୪୯ ମସିହାରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଯଥା, ଫକୀରମୋହନ କଲେଜ, ବାଲେଶ୍ୱର , ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି. ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଛନ୍ତି ।

୩୮ ବର୍ଷ ବୟସରେ ସେ କବିତା ରଚନା କରିବା ଆରମ୍ଭ କଲେ ଏବଂ ୪୦ ବର୍ଷ ହେବା ପୂର୍ବରୁ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ ସ୍ୱୟଂବର ଏବଂ କବିତାସମୂହ ୧୯୭୧ରେ ଏବଂ ପରେ ପରେ ‘କ୍ଲୋଜ ଦି ସ୍କାଇ’, ‘ଟେନ ବାଇ ଟେନ’ର ପ୍ରକାଶନ ହୋଇଥିଲା । ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ‘ଏ ରେନ ଅଫ ରାଇଟ୍ସ’, ‘ଲାଇଫ ସାଇନସ’ ଏବଂ ‘ଏ ୱାଇଟନେସ ଅଫ ବୋନ’ ଆଦି ଉଚ୍ଚକୋଟୀର । ପାଠକମାନଙ୍କ ବେଶ ଆଦୃତି ଲାଭ କରିଥିବା ଜୟନ୍ତ ମହାପାତ୍ରଙ୍କ କବିତା ସଂକଳନଟି ହେଉଛି ‘ରିଲେସନସିପ’। ଏହି କବିତା ସଂକଳନ ମଧ୍ୟ ତାଙ୍କୁ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ କରିଥିଲା । କେବଳ ସେତିକି ନୁହେଁ, ସେତେବେଳେ ସେ ମଧ୍ୟ ପ୍ରଥମ ଭାରତୀୟ କବି ଭାବେ ଏହି ସଫଳତା ଅର୍ଜନ କରିଥିଲେ । ସେ ଇତିମଧ୍ୟରେ ୧୬ଟି କବିତା ସଂକଳନ ରଚନା କରିସାରିଛନ୍ତି।

କେବଳ କବିତା ନୁହଁ, ସେ ମଧ୍ୟ ଅନେକ ପ୍ରବନ୍ଧ ରଚନା କରିଛନ୍ତି । କିଛି କ୍ଷୁଦ୍ରଗଳ୍ପଗୁଡିକୁ ନେଇ ସେ ‘ଗ୍ରୀନ ଗାର୍ଡେନର’ ନାମକ ଏକ ସଂକଳନ ପ୍ରକାଶ କରିଛନ୍ତି । 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.