ଆଜି ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମ ଦିବସ

ଭକ୍ତକବି ମଧୁସୂଦନ ରାଓ (୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ ‘ମଧୁ ବର୍ଣ୍ଣବୋଧ’ର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କରିଥିଲେ ।

Omkar Vasthu
Omkar Vasthu

ଓଡ଼ିଆ ବର୍ଣ୍ଣମାଳା ପାଇଁ ଉଦ୍ଦିଷ୍ଟ ପ୍ରାଥମିକ ପୁସ୍ତକ ବର୍ଣ୍ଣବୋଧ ପ୍ରତ୍ୟେକ ଓଡ଼ିଆର ଚିର ପରିଚିତ । ସେ ସାକ୍ଷର ହେଉ କି ନିରକ୍ଷର ହେଉ, ସେ ଓଡ଼ିଶାର ବାସିନ୍ଦା ହେଉ କି ଉପାନ୍ତ ଅଞ୍ଚଳର ବାସିନ୍ଦାହେଉ, ସଂସ୍କୃତି ପୀଠ କଟକ ମହାନଗରୀର ମଧ୍ୟ ଭାଗରେ ଅବସ୍ଥିତ ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ସାରସ୍ୱତ ସାଧକମାନଙ୍କର ଏକ ତୀର୍ଥକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । କଟକ ମହାନଗରୀରେ ଅବସ୍ତିତ ଭିକ୍ଟୋରିଆ ସ୍କୁଲ (ଭକ୍ତ ମଧୁ ବିଦ୍ୟାପୀଠ) ମଧ୍ୟ ଓଡ଼ିଶାର ଅନ୍ୟତମ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ । ମଧୁସୂଦନ ବର୍ଣ୍ଣବୋଧର ଲେଖକ ତଥା ଏହି ସାହିତ୍ୟ ଓ ଶିକ୍ଷାନୁଷ୍ଠାନ ଦ୍ୱୟର ପ୍ରାଣପ୍ରତିଷ୍ଠାତା ।

Pearl dental clinic
Near Ashish Medical Store, Bhawanipatna

ତାଙ୍କ ରଚନା ଖୁବ ସରଳ ଓ ସୁବୋଧ୍ୟ ଓଡ଼ିଆରେ ଲେଖା । ସେ ଓଡ଼ିଆ ଭାଷାରେ ପ୍ରଥମ ବର୍ଣ୍ଣବୋଧ ରଚନା କରିଥିଲେ ଯାହା ମଧୁ ବର୍ଣ୍ଣବୋଧ ନାମରେ ଜଣା । ତାଙ୍କ ରଚିତ ମଧୁ ବର୍ଣ୍ଣବୋଧ ଏକ ଉପାଦେୟ ବହି ଯାହା କାଳ କାଳ ଧରି ଶିଶୁମାନଙ୍କର ପଠନଯୋଗ୍ୟ ହୋଇ ରହିଅଛି । ତାଙ୍କର ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି ଡକାଯାଇଥାଏ । ମଧୁସୂଦନ ଓ ଫକୀର ମୋହନ ସେନାପତିଙ୍କ ଠାରୁ ଓଡ଼ିଆ ଭାଷାର ଆଧୁନିକ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଏ ।ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳି, ପ୍ରବନ୍ଧମାଳା, କବିତାବଳୀ ଓ ସୁଖବୋଧ ଅଭିଧାନ ପ୍ରଭୃତିର ସେ ହେଉଛନ୍ତି ରଚୟିତା । ଓଡ଼ିଆ ଭାଷାରେ ପ୍ରାୟ ସମସ୍ତ ପାଠ୍ୟ ପୁସ୍ତକ ରଚନା କରିଥିଲେ ।

Udyog Nursery
Udyogi Nursery

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.