ରାୟଗଡରେ ଜିଲ୍ଳାସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ସ୍ମୃତି, ସଂକଳ୍ପ ଓ ଆତ୍ମସମୀକ୍ଷାର ଦିବସ -କୃଷିମନ୍ତ୍ରୀ ଅରୁଣ ସାହୁ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଜିସିଡି ହାଇସ୍କୁଲ ପଡିଆ ଠାରେ ଜିଲ୍ଳାସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏଥିସହ ଜିଲ୍ଳାବାସୀଙ୍କ ଉଦ୍ଦେଶ୍ୟରେ ନିଜ ଅଭିଭାଷଣରେ ଗଣତନ୍ତ୍ର ଦିବସ ଦେଶ ଓ ଜାତି ପାଇଁ ଗର୍ବ ଓ ଗୈାରବର ଦିବସ ଏବଂ ସ୍ମୃତି, ସଂକଳ୍ପ ଓ ଆତ୍ମସମୀକ୍ଷାର ଦିବସ ବୋଲି ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu


ସମଗ୍ର ବିଶ୍ୱରେ ଭାରତୀୟ ସମ୍ବିଧାନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ଏବଂ ସମ୍ବିଧାନ ଦ୍ୱାରା ଆମ ଐକ୍ୟ, ସଂହତି ଓ ଧର୍ମନିରପେକ୍ଷ ଚରିତ୍ରକୁ ମଜବୁତ କରିଛି । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ସମ୍ବିଧାନ ପ୍ରଣିୟତା ଡଃ. ବି.ଆର. ଆମ୍ବେଦକରଙ୍କ ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ଚିର ନମସ୍ୟ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଳାର ବୀରପୁତ୍ରମାନଙ୍କ ସହ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନକୁ ସ୍ମୃତିଚାରଣ କରିଥିଲେ । ସେହିପରି ରାୟଗଡ ଜିଲ୍ଳାର ଲୋକକଳା ଓ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ତଥା ପର୍ଯ୍ୟଟନ ସ୍ଥଳୀର ମହନୀୟତାକୁ ଅଭିଭାଷଣରେ ପ୍ରତିପାଦିତ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ୍ ଲୋକାଭିମୁଖୀ କାର୍ଯ୍ୟକ୍ରମ ବଳରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ସଡକ ଓ ଗମନାଗମନ, ପୂର୍ତ ଓ ଗୃହନିର୍ମାଣ, ଶିଳ୍ପ, ଶକ୍ତି, ଜଙ୍ଗଲ ଓ ପରିବେଶ, ମହିଳା ସଶକ୍ତିକରଣ, ଅନୁସୂଚିତ ଜନଜାତି, ଜାତି ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ମାନଙ୍କ କଲ୍ୟାଣ, ପର୍ଯ୍ୟଟନ, କ୍ରୀଡା ଓ ଯୁବସେବା, ସଂସ୍କୃତି, ଦକ୍ଷତା ବିକାଶ ଓ ବିଞାନ ଓ କାରିଗରୀ କୈାଶଳ କ୍ଷେତ୍ରରେ ଆଖିଦୃଶିଆ ବିକାଶ ହାସଲ କରିପାରିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସେହିପରି ରାଜ୍ୟ ସରକାରଙ୍କ ୫ ‘ଟି’ମନ୍ତ୍ର ତଥା ଟିମ ୱାର୍କ ଦ୍ୱାରା ରାଜ୍ୟର ସମସ୍ତ ଶାସନ ବ୍ୟବସ୍ଥାର ମୈାଳିକ ନୀତି ଏବଂ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିବାରୁ ମୋ ସରକାର ଯୋଜନା ଅନ୍ତର୍ଗତ ଆହାର, ଜାଗା ମିଶନ, ବିଜୁ ପକ୍କାଘର ଯୋଜନା, ଶିକ୍ଷା କ୍ଷେତ୍ରରେ ବୃତ୍ତି, ମାଗଣା ଲାପଟପ୍‌, ମୋ ସ୍କୁଲ ଓ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ ଯୋଜନା, ମଧୁବାବୁ ପେନସନ୍ ଆଦି ଯୋଜନା ଅତ୍ୟନ୍ତ ଫଳପ୍ରଦ ହୋଇପାରିଛି ବୋଲି ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

କୃଷି ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ୫ଥର କୃଷି କର୍ମଣ ପୁରସ୍କାର ପାଇ ସମ୍ମାନୀତ ହୋଇଛନ୍ତି । ଆଦିବାସୀ ଅଧୁଷିତ ଅଂଚଳରେ ମାଣ୍ଡିଆ, ମକା ଆଦି ଲଘୁଜାତୀୟ ଶସ୍ୟଚାଷ ଓ ସମନ୍ୱିତ କୃଷି ନିମନ୍ତେ ମିଲେଟ୍ ମିଶନ କାର୍ଯ୍ୟକାରୀ କରାଯାଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ମହାମାରୀ କରୋନା ବିପତି ସମୟରେ ନିଜ ଜୀବନକୁ ବାଜି ଲଗାଇ ନିସ୍ୱାର୍ଥପର ଭାବେ ଅନ୍ୟଙ୍କୁ ସେବା ଯୋଗାଇଥିବା ଆଗଧାଡିର ପ୍ରମୁଖ କରୋନା ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ବିଭାଗର ୫ଜଣ,ପୈାର ପରିଷଦ କାର୍ଯ୍ୟାଳୟର ୫ଜଣ ଏବଂ ପୋଲିସ ବିଭାଗର ୫ଜଣ କର୍ମଚାରୀଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ସମ୍ବର୍ଦ୍ଧନା କରିଥିଲେ ।


ରାୟଗଡ ଜିଲ୍ଳାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ବ୍ୟବହାର ସହ ସୀମିତ ଅତିଥି, ପ୍ରଶାସନିକ ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଏବଂ କରୋଡନା ଯୋଦ୍ଧାଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ । ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ଜିଲ୍ଳା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ସ୍ଥାନୀୟ ଜିସିଡି ହାଇସ୍କୁଲରେ ଅନଲାଇନ ମାଧ୍ୟମରେ ବିଦ୍ୟାଳୟସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.