ଗଣତନ୍ତ୍ର ଦିବସରେ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ଫଳ ବଂଟନ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳା ପ୍ରଶାସନ ପକ୍ଷରୁ ୭୨ତମ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ଆଜି ସହରରେ ଥିବା ବିଭିନ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଜିଲ୍ଳା ପ୍ରଶାସନର ତରଫରୁ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଯୋଗଦାନ କରି ପ୍ରଥମେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ ।

Omkar Vasthu
Omkar Vasthu


ଏଥିରେ ସିଡିଏମଓ ଡା.ଆର୍ତବନ୍ଧୁ ନାୟକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ପୈାର ପରିଷଦ ତରଫରୁ ପ୍ରଦତ ଫଳ ସାମଗ୍ରୀକୁ ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ଉପସ୍ଥିତି ଓ ସହଯୋଗରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ସ୍ଥାନୀୟ ସେବା ସମାଜ ଅନାଥାଶ୍ରମର ଅନ୍ତେବାସୀଙ୍କୁ ଫଳ ବଂଟନ କରିଥିଲେ । ପରେ ଉପକାରଗାରର ଅନ୍ତେବାସୀଙ୍କୁ ମଧ୍ୟ ଶ୍ରୀ ପଣ୍ଡା ଫଳ ବଂଟନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏଥିରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ଓଟିଏଲପି ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢୀଙ୍କ ଦ୍ୱାରା ପ୍ରଦତ ଫଳ ଓ ବିସ୍କୁଟ ସାମଗ୍ରୀକୁ ସ୍ଥାନୀୟ ସ୍ୱାଧାର ଗୃହର ଅନ୍ତେବାସୀଙ୍କ ଏବଂ ସେଂଚ୍ୟୁରିଆନ ୟୁନିଭରସିଟି ନିର୍ଦ୍ଦେଶକ ରାଜେଶ କୁମାର ପାଢୀଙ୍କ ଦ୍ୱାରା ପ୍ରଦତ ଫଳ ଓ ମିଷ୍ଠାନ ସାମଗ୍ରୀକୁ ସ୍ଥାନୀୟ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଆଦିପତି କହଁର, ଡିଆଇପିଆରଓ କାର୍ଯ୍ୟାଳୟର ଗ୍ରନ୍ଥଆଗରିକ ଡମ୍ବୁରୁଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.