ଜଳିଲା କୋଇଲା ବୋଝେଇ ଟ୍ରକ, ନିଆକୁ ନିୟନ୍ତ୍ରଣ କଲେ ଅଗ୍ନିଶମ ବାହିନୀ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ-କେରଡା ମୁଖ୍ୟ ରାସ୍ତା ଦେଇ ଆସୁଥିବା ବେଳେ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ହଠାତ୍ ନିଆ ଲାଗିିଯିବାରୁ ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଜଳିଯାଇଛି । ତେବେ ଖବର ପାଇ ରାୟଗଡ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ନିଆକୁ ଆୟତ କରିଥିବା ଜଣାପଡିଥିବା ବେଳେ ଦୁର୍ଘଟଣାରେ କେହି ବି ଆହାତ ହୋଇ ନ ଥିବା ଜଣାପଡିଛି ।

ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ରାୟଗଡ-କେରଡା ମୁଖ୍ୟ ରାସ୍ତାର ପ୍ରତାପପୁର ବୁଲାଣୀ ଠାରେ ବିଶାଖାପାଟଣମରୁ ରାୟଗଡ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକରେ ହଠାତ୍ ନିଆ ଲାଗି ଯାଇଥିଲା । ଫଳରେ ଗାଡି ଡ୍ରାଇଭର ଓ ହେଲପର ଟ୍ରକଟିକୁ ରାସ୍ତା ଉପରେ ହିଁ ଛାଡି ତଳକୁ ଓହ୍ଳାଇ ପଡିଥିଲେ । ଟ୍ରକ ଭିତରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ଶେଷଖାଲ ଥାନା ପୋଲିସକୁ ଖବର ଦେଇଥିଲେ ।


ଘଟଣାସ୍ଥଳକୁ ପୋଲିସ ଓ ଅଗ୍ନିଶମ ବାହିନୀ ପଂହଚିବା ମଧ୍ୟରେ ଟ୍ରକଟିର କ୍ୟାବିନ ଓ ସମ୍ମୁଖ ଭାଗ ସଂପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସର୍ଟ ସର୍କିଟରୁ ଏହି ଦୁର୍ଘଟଣା ହୋଇଥିବା ନେଇ ଅଗ୍ନିଶମ ଅଧିକାରୀ ଅନୁମାନ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.