ଧାରଣା ଓ ଅନଶନରେ ବସିଲେ ପ୍ରଭାବିତ ଶ୍ରମିକ ଓ ଠିକାଦାର
ରାୟଗଡ, (ଶିବ ନାରାୟଣ ଗୈାଡ): ତ୍ରିବେଣୀ କନଷ୍ଟ୍ର୍ରକ୍ସନ୍ ନାମକ ଏକ ଘରୋଇ କମ୍ପାନୀ ଦ୍ୱାରା ଠକେଇର ଶୀକାର ହୋଇ ନ୍ୟାୟ ପାଇଁ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଓ ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଘଟଣାକୁ ଗୁରୁତର ସହ ନ ନେଇ ଶ୍ରମିକ ଓ ଠିକାଦାରଙ୍କୁ ସେମାନଙ୍କ ପ୍ରତି ଅଣଦେଖା କରାଯିବା ସହ ନ୍ୟାୟ ନ ମିଳିବା ଯୋଗୁଁ ରାୟଗଡ ସହରର ସ୍ଥାନୀୟ ଆଇସିଡିଏସ ଛକ ନିକଟରେ ନ୍ୟାୟ ପ୍ରଦାନ ଓ ଠକେଇ କରିଥିବା କମ୍ପାନୀର କର୍ତୁପକ୍ଷଙ୍କୁ ଗିରଫ ଦାବି ନେଇ ଠିକାଦାର ଓ ଶ୍ରମିକମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ଅନଶନ ଆଜିଠୁ ଆରମ୍ଭ କରିଛନ୍ତି । ତେବେ ଧାରଣା ଓ ଅନଶନର ଖବର ପାଇ ତହସିଲଦାର ଉମାଶଙ୍କର ବେହେରା ଧାରଣାକାରୀଙ୍କ ସହ ଆଲୋଚନା କରିଥିବା ବେଳେ ନ୍ୟାୟ ନ ମିଳିବା ସହ ଦାବି ପୂରଣ ନ ହେବା ଯାଏଁ ଏଠାରୁ ହଟିବୁ ନାହିଁ ବୋଲି ଠିକାଦାର ଓ ଶ୍ରମିକମାନେ କହିଥିବା ନେଇ ଠିକାଦାର ବିଶ୍ୱନାଥ କରକରିଆ ପ୍ରକାଶ କରିଛନ୍ତି । ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ନେଇ ଶଙ୍କର ବିଡିକା, ଦୋରା କଣ୍ଡାଗରୀ ପ୍ରମୁଖ ସମର୍ଥନ ଜଣାଇଛନ୍ତି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଚାନ୍ଦିିଲି ଥାନା ଅନ୍ତର୍ଗତ ରିଭଲକଣା ଗ୍ରାମର ଠିକାଦାର ବିଶ୍ୱନାଥ କରକରିଅ ତ୍ରିବେଣୀ କନଷ୍ଟ୍ରକ୍ସନ୍ ଠିକା କମ୍ପାନୀରୁ କୋଠା ନିର୍ମାଣ ନିମନ୍ତେ ଗତ ୨୦୧୯ ନଭେମ୍ବର ୧୨ତାରିଖରେ କାର୍ଯ୍ୟାଦେଶ ପାଇଥିଲେ ।
କମ୍ପାନୀ ମ୍ୟାନେଜର ଦୀପଙ୍କର ବିଶ୍ୱାସ କାର୍ଯ୍ୟର ସଠିକ୍ ପ୍ଳାନ ନ ଦେଖାଇ ୨୫୦ଟଙ୍କା ବର୍ଗଫୁଟ ଦରରେ କାର୍ଯ୍ୟାଦେଶ ଦେଇଥିବା ବେଳେ ଘର ନିର୍ମାଣ ନିମନ୍ତେ ସ୍ୱାଭାବିକ କଲମ ବେସ ସାଇଜ ଠାରୁ ପ୍ରାୟ ଦଶଗୁଣା କାମ ଅଧିକ କରିବାକୁ କହିବା ସହ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦର ଦେବି ବୋଲି ମୈାଖିକ ପ୍ରତିଶୃତି ଦେଇଥିବାରୁ ସାଧାରଣ କୋଠା ଭାବି ଠିକାଦାର ବିଶ୍ୱନାଥ ରାଜି ହୋଇ କାମ ଆରମ୍ଭ କରିଥିଲେ । ତେବେ କାର୍ଯ୍ୟାରମ୍ଭ ନିମନ୍ତେ ନିଜ ଖର୍ଚ୍ଚରୁ ସେଂଟ୍ରିଙ୍ଗ ପ୍ଳେଟ,କଲମ ଫର୍ମା ଓ ଆବଶ୍ୟକୀୟ ସମସ୍ତ ଜିନିଷ ଆଣି କୋଠାର ପ୍ଳିନଥ୍ ସ୍ତର ପର୍ଯ୍ୟନ୍ତ କାମ ସାରିଥିବା ବେଳେ ହଠାତ୍ ଗତ ୨୦୨୦ ମାର୍ଚ୍ଚ ୫ ତାରିଖରେ କଲିକତାରୁ ଶ୍ରମିକ ଆଣି କାମରୁ ବାହାର କରିବା ସହ ସବୁ ସରଂଜାମ ଜବରଦସ୍ତ ରଖି ଦେଇଥିବା ଏବଂ ସଂପୂର୍ଣ୍ଣ କାର୍ଯ୍ୟର ବିଲ ବାବଦକୁ ଆସିବା ଟଙ୍କା ମଧ୍ୟ ପୈଠ କରି ନ ଥିବା ଅଭିଯୋଗ କରିଛନ୍ତି ଠିକାଦାର ବିଶ୍ୱନାଥ ।
ତେବେ ଠିକାଦାର ବିଶ୍ୱନାଥ ତ୍ରିବେଣୀ କମ୍ପାନୀ ଠାରୁ ବିଲ ବାବଦକୁ ୨୧ଲକ୍ଷ ୯୪ହଜାର ୩୭୬ଟଙ୍କା ଏବଂ ଜିଏସଟି ଅତିରିକ୍ତ ୨ଲକ୍ଷ ୩୫ହଜାର ୧୧୨ ଟଙ୍କା ସର୍ବମୋଟ ପ୍ରାପ୍ୟ ପାଇବାକୁ ରହିଥିବା ନେଇ କହୁଥିବା ବେଳେ କମ୍ପାନୀ କର୍ତୁପକ୍ଷ ସମୁଦାୟ ୧୪ଲକ୍ଷ ୫୭ହଜାର ୧୩୩ ଟଙ୍କା ଦେବା ପାଇଁ କହିଥିବା ବେଳ ପୁଣିଥରେ ଏହାକୁ କମାଇ ୧୨ଲକ୍ଷ ୨୬ହଜାର ୭୩୮ଟଙ୍କା ପ୍ରଦାନ କରାଯିବ ଏବଂ ଏହାଠାରୁ ଅଧିକ ଟଙ୍କା ଦେବୁ ନାହୁଁ ବୋଲି କହିଥିବା ଅଭିଯୋଗ କରିଛନ୍ତି । ତେଣୁ ନିଜେ ପାଇବାକୁ ଥିବା ପ୍ରାପ୍ୟ ଅର୍ଥ ଦେବାରେ କମ୍ପାନୀ ଦ୍ୱାରା ଠକାମୀର ଶୀକାର ହୋଇ ବିଶ୍ୱନାଥ ଏ ନେଇ ଶେଷଖାଲ ଥାନାରେ ଏକ ଏତଲା ଦାୟର କରିଥିଲେ । ଏତଲାକୁ ଭିତି କରି ଏସଡିପିଓଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସ.ପି.ଙ୍କ ପର୍ଯ୍ୟନ୍ତ ତଦନ୍ତ କରାଯାଇଥିବା ବେଳେ ଠିକାଦାର ବିଶ୍ୱନାଥକୁ ନ୍ୟାୟ ମିଳି ନ ଥିବାରୁ ଆଜିଠାରୁ ସେ ଓ ତାଙ୍କ ୨୨ଜଣ ଶ୍ରମିକ ଧାରଣା ଓ ଅନଶନରେ ବସିଛନ୍ତି । ଠିକାଦାର ବିଶ୍ୱନାଥ ଜଣେ ତଫସିଲଭୁକ୍ତ ଜାତିର ଠିକାଦାର ହୋଇଥିବା ବେଳେ ଆଦିବାସୀ ସଂପ୍ରଦାୟର ଶ୍ରମିକମାନଙ୍କୁ ନେଇ ଠିକା କାମ କରୁଥିବା ସ୍ଥଳେ ଘରୋଇ କମ୍ପାନୀର ଠକାମିର ଶୀକାର ହୋଇଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ତ୍ରିବେଣୀ କନଷ୍ଟ୍ରକସନ୍ କମ୍ପାନୀ ମାଲିକ ଏବଂ ଜିଲ୍ଳା ଏସ.ପି.ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ଅପେକ୍ଷାରେ ରହିଥିବା ଠିକାଦାର ବିଶ୍ୱନାଥ ପ୍ରକାଶ କରିଛନ୍ତି ।