ଟିକିର ଶୌଣ୍ଢିକ ସଂଘ ପକ୍ଷରୁ ୩୨ତମ ସଡକ ସୂରକ୍ଷା ସଚେତନତା ଓ ବାଇକ ରାଲି

କାଶିପୁର, (ଆଲାରାମ ଭତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଶୈାଣ୍ଢିକ ସଂଘ ଓ ଟିକିରି ପୋଲିସ ଆନୁକୁଲ୍ୟରେ ୩୨ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ସଂଘର ସଭାପତି ବିଜୟ ରତ୍ନ ଚୈଧୁରି ଓ ସମ୍ପାଦକ ଡମ୍ବରୁଧର ସାହୁଙ୍କ ନେତୃତ୍ୱରେ ପ୍ରାୟ ୧୫୦ ଜଣ ଶୈାଣ୍ଢିକ ଭାଇ ସୋରିଷ ପଦର ଛକରୁ ବାଇକ୍ ରାଲିରେ ବାହାରି ଉଷାପଡା, ଗୋକୁଳ ମୁଣ୍ଡା, ଟିକିରି ମୂଖ୍ୟ ବଜାର, ଜାମୁଗୁଡା ଦେଇ ତଟାଗୁଡା ଛକରେ ପହଞ୍ଚି ଥିଲେ। ଏଥିରେ ଟିକିରି ପୋଲିସ ଥାନାର ଏସଆଇ ବିକାଶ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।


ଅଞ୍ଚଳରେ ଦିନକୁଦିନ ବଢିଚାଲିଥିବା ଦୂର୍ଘଟଣାକୁ ଆଖି ଆଗରେ ରଖି ଲୋକଙ୍କୁ ସଚେତନତା କରିବା ହିଁ ଏହି କାର୍ଯ୍ୟକ୍ରମ ମୂଳଲକ୍ଷ୍ୟ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି। ଲୋକଙ୍କୁ ମଦ ପିଇ ଗାଡ଼ି ଚଳେଇବା ପାଇଁ ମନା କରାଯାଇଥିଲା। ଏହାସହ ବିନା ହେଲମେଟରେ ବାଇକ ଓ ବିନା ସିଟ୍ ବେଲ୍ଟରେ ଚାରିଚକିଆ ଯାନ ନ ଚଲେଇବା ପାଇଁ କୁହାଯାଇଥିଲା। ଗାଡ଼ି ଚଳେଇବା ସମୟରେ ଟ୍ରାଫିକ ନିୟମ ମାନିବା ଓ ମୋବାଇଲ ନ ବ୍ୟବହାର କରିବାପାଇଁ ଅନୁରୋଧ କରାଯାଇଥିଲା।


ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୨୪ ତାରିଖରେ କଂସାରୀଗୁଡା ଠାରେ ଶୈାଣ୍ଢିକ ସମାଜର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମାଜିକ ବିଧି ବ୍ୟବସ୍ଥା ନେଇ ଆଲୋଚନା ପର୍ଯ୍ୟାଲୋଚନା ହେବାସହ ସଡକ ସୂରକ୍ଷା ସଚେତନ ପାଇଁ ବାଇକ୍ ରାଲି କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.