ଇଂଟରନ୍ୟାସନାଲ ମ୍ୟାନ୍ ଏକ୍ସିଲେନ୍ସି ଆୱାର୍ଡରେ ସମ୍ମାନୀତ ହେଲେ ସମାଜସେବୀ ଡଃ. ଶିବ ନାରାୟଣ ପାତ୍ର

ରାୟଗଡ, (ଶିବ ନାରାୟଣ ଗୈାଡ): ଆନ୍ତଃରାଷ୍ଟ୍ରିୟ ୟନୁିସେଫ କାଉନସିଲ ତରଫରୁ ସଏଜି ପ୍ରାଇଡ୍ ହଲ୍‌ କୋଏମ୍ବାଟୁର ଠାରେ ଡଃ.ଶିବ ନାରାୟଣ ପାତ୍ରଙ୍କୁ ଆନ୍ତଃରାଷ୍ଟ୍ରିୟ ୟୁନିସେଫ କାଉନସିଲ ଆୱାର୍ଡ-୨୦୨୧ ପ୍ରଦାନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିସହ ଶ୍ରୀ ପାତ୍ରଙ୍କୁ ଏହି ସଂଗଠନର ସେନାଟର ଭାବେ ମଧ୍ୟ ନିଯୁକ୍ତ କରାଯାଇଛି । ଏହି ଆୱାର୍ଡର୍ ପ୍ରଦାନ କାର୍ଯ୍ୟକ୍ରମରେ କାଉନସିଲ ଆମ୍ବାସାଡୋର ଡଃ.ଟିମେର ରୋମେନ୍ ଜର୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ.ଶ୍ରୀ ପାତ୍ରଙ୍କୁ ଆୱାର୍ଡ ପ୍ରଦାନ କରିଥିଲେ ।


ଆନ୍ତଃରାଷ୍ଟ୍ରିୟ ୟୁନିସେଫ କାଉନସିଲ ହେଉଛି ଗୋଟିଏ ବିଶ୍ୱସ୍ତରୀୟ ସଂଗଠନ । ଏହି ସଂଗଠନଟି ଆମେରିକାରେ ଅବସ୍ଥିତ ଥିବା ବେଳେ ଗରୀବ ଲୋକ ତଥା କୁନି କୁନି ଗରୀବ ଛୁଆଙ୍କୁ ବସ୍ତ୍ର ଓ ଖାଦ୍ୟ, ପାଠପଢା ପାଇଁ ସାହାର୍ଯ୍ୟ ଯୋଗାଉ ଥିବାରୁ ଟ୍ରଷ୍ଟ ଟି ବିଶ୍ୱ ପ୍ରସିଦ୍ଧ ହୋଇପାରିଛି । ଏହି ଟ୍ରଷ୍ଟରେ ଭାରତ ଦେଶର ଗୋଟିଏ ସଦସ୍ୟ ଭାବେ ସମାଜସେବୀ ଡଃ.ଶିବ ପାତ୍ର ମନୋନୀତ ହୋଇଥିଲେ ।


ପ୍ରକାଶ ଥାଉ କି, ଡଃ. ଶିବ ପାତ୍ର ଓଡିଶା ତଥା ରାୟଗଡ ଜିଲ୍ଳାର ବିଭିନ୍ନ ସମାଜସେବୀ ଟ୍ରଷ୍ଟରେ ରହି ଆଜକୁ ୫ବର୍ଷ ହେବ ଗରୀବ ଲୋକଙ୍କୁ ସହାୟତା କରି ଆସୁଛନ୍ତି । ତାଙ୍କର ମଧ୍ୟ ଲାଇଫ୍ ପବ୍ଳିକ ଚାରିଟେବୁଲ ଟ୍ରଷ୍ଟ ନାମରେ ଗୋଟିଏ ସଂଗଠନ ରହିଛି । ଏହି ଟ୍ରଷ୍ଟ ତରଫରୁ ପ୍ର୍ରାୟ ୨ଶହରୁ ଅଧିକ ପିଲା ଆର୍ଥିକ ରୋଜଗାର କରି ନିଜର ପରିବାର ଭରଣ ପୋଷଣ କରିପାରୁଛନ୍ତି । ଏହି ଟ୍ରଷ୍ଟରେ ୫ହଜାରରୁ ଉର୍ଦ୍ଧ ସଦସ୍ୟମାନେ ସାରା ଭାରତରେ ରହି ଗରୀବଙ୍କୁ ସାହାର୍ଯ୍ୟ କରି ଆସୁଛନ୍ତି ।


ଡଃ.ଶିବ ପାତ୍ରଙ୍କ ଏଭଳି ବିଭିନ୍ନ ସମାଜସେବା କାର୍ଯ୍ୟ ଦେଖି ତାଙ୍କୁ ଆନ୍ତଃରାଷ୍ଟ୍ରିୟ ୟୁନିସେଫ କାଉନସିଲରେ ସଦସ୍ୟ ପଦ ମିଳିଥିବା ଡଃ.ଶିବ ପାତ୍ର ପ୍ରକାଶ କରିଛନ୍ତି । ଡଃ.ଶିବ ପାତ୍ରଙ୍କୁ ଏହି ଆୱାର୍ଡରେ ସମ୍ବର୍ଦ୍ଧିତ କରାଯିବା ପରେ ରାୟଗଡ ଜିଲ୍ଳା ସମେତ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.