ଓଡ଼ିଶା ଫଲୋ ଅପ୍ ପକ୍ଷରୁ ବାଲେଶ୍ବରୀ ଜଉକଣ୍ଢେଇ ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବରୀ ଜଉକଣ୍ଢେଇ ଭାରତୀୟ ପାରମ୍ପରିକ କଣ୍ଢେଇରେ ସ୍ଥାନିତ ହେବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭରଶୀଳ ଯୋଜନାକୁ ସମ୍ମାନ ଜଣାଇ କୁରୁଡାସ୍ଥ ଓଡ଼ିଶା ଫୋଲ ଅଫ୍ ପରିସରରେ ଦୁଇ ମାସିଆ ଏକ ବାଲେଶ୍ବରୀ ଜଉକଣ୍ଢେଇ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି। ‘ଓଡ଼ିଶା ଫଲୋଅପ୍’ର ମୁଖ୍ୟ ଓ ପ୍ରତିଷ୍ଠାତା ବିଶପ୍ ଡି.ବି. ହୃଦୟ ସୁନ୍ଦର ଏକ ମାଟିରେ କଣ୍ଢେଇ ତିଆରି କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ। ପାର୍ବତୀ ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ ଶିଳ୍ପୀ କେଶୁଦାସ ପ୍ରଶିକ୍ଷଣ ଶିବିରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଓଡ଼ିଶା ଫଲୋଅପ୍ ସହ-ନିର୍ଦ୍ଦେଶିକା ହିରଣ୍ମୟୀ ଦଣ୍ଡିଆ ଯୋଗ ଦେଇ ଶିବିରର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ପ୍ରଶିକ୍ଷିକା ଜଉକଣ୍ଢେଇ ଶିଳ୍ପୀ ମାୟା ନାୟକ ପ୍ରଶିକ୍ଷଣର ବିବରଣୀ ପ୍ରଦାନ କରିଥିଲେ।


ଏଥିରେ ଆରସିଡିସି ଏବଂ କେସିଡିସିର ୨୦ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଉଛନ୍ତି। ବାଲେଶ୍ବରୀ ବରକନିଆ ଜଉକଣ୍ଢେଇ ସହ ଚଢେଇ, କଇଁଛ, ଘର, ଗଛ ଓ ବିଭିନ୍ନ ଖେଳନା ମାଟିରେ ତିଆରି କରି ପୋଡ଼ାଯାଇ ଜଉ ରଂଗରେ ତିଆରି କରାଯିବ। ଶେଷରେ ଆରସିଡିସିର ପରିଚାଳକ ବିଭୁଦତ୍ତ ବେହେରା ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ବିଶିଷ୍ଟ ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସଙ୍କ ସମେତ ଓଡ଼ିଶା ଫଲୋଅପର ବହୁ ଅନ୍ତେବାସୀ ଏନୀକୋ ଦାଣ୍ଡିଆ, ଆରତୀ ବେହେରା, ସୁମନ ବେହେରା, ସିଫୋନୀୟ ନାୟକ, ଅମ୍ରିକା ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.