ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

କଟକ: ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ଓ କଳପଡା ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି। ଏହି ମହାଅଭିଯାନରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସତ୍ୟ ମିଶ୍ର, ଅଶିମ ଦାଶ, କୃଷକନେତା ଦେବୀ ପ୍ରସାଦ ପତି, ଅମର ଦାଶ, ସୁବ୍ରତ ପଣ୍ଡା, ସବିତାରାଣୀ ଦାଶ, ରାକେଶ ମୁଦୁଲି, ବିରଜା ଭୂଷଣ ପତି, ଅନି ମହାପାତ୍ର,ପ୍ରାଣକୃଷ୍ଣ ମୁଦୁଲି,ମିଟୁନା ଦାଶ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଇତ୍ୟାବସରରେ ଗ୍ରାମବାସୀ, ଶ୍ରଦ୍ଧାଳୁ ମାନଙ୍କସହ ଧାର୍ମିକ ବାକ୍ତିତ୍ୱ ସମୀର ପଣ୍ଡା ଦଶହଜାର ଟଙ୍କା ଦାନରାଶି ଦେବା ସହ ଏହି ରାଷ୍ଟ୍ରଯଜ୍ଞରେ ଯୋଗଦାନ ଦେଇଥିବା ଯୁବକମାନଙ୍କୁ ସାଧୁବାଦ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.