ଭିନ୍ନକ୍ଷମ ନୁହେଁ ମୁଁ……. ମୁଁ ବି ସକ୍ଷମ

ଜିଲ୍ଳା ଭିନ୍ନକ୍ଷମ ମହାସଂଘ ରାୟଗଡର ୨ୟ ବାର୍ଷିକ ବନ୍ଧୁମିଳନ ମହୋତ୍ସବ

ରାୟଗଡ, (ଶିବ ନାରାୟଣ ଗୈାଡ): ‘ଭିନ୍ନକ୍ଷମ ନୁହେଁ ମୁଁ…… ମୁଁ ବି ସକ୍ଷମ’ର ସ୍ଳୋଗାନ ନେଇ ରାୟଗଡ ଜିଲ୍ଳା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ସ୍ଥାନୀୟ ଭାକୁରଗୁଡା ଉଦ୍ୟାନ କୃଷି ଫାର୍ମ ପରିସରରେ ଦ୍ୱିତୀୟ ବାର୍ଷିକ ବନ୍ଧୁମିଳନ ମହୋତ୍ସବ କାର୍ଯ୍ୟକ୍ରମ କୋଭିଡ୍‌-୧୯ ଗାଇଡଲାଇନ ମାନି ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ମହାସଂଘର ସଭାପତି ରାକେଶ ହିମିରିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଆଦିପତି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିିଭିନ୍ନ ଯୋଜନା ଉପରେ ଏବଂ ଜିଲ୍ଳାରେ ଦିବ୍ୟାଙ୍ଗମାନଙ୍କୁ ବସ ଯାତ୍ରା ବେଳେ ଭଡାରେ ରିହାତି ମିଳିବା ଅଧିକାର ଉପରେ ଆଲୋକପାତ କରାଇଥିଲେ ।


ସେହିପରି ଡିଆରଆଇ ଲୋନ୍ ଓ ସିଏମଆରଏଫ ସହାୟତା ପାଇଁ ବହୁ ଦିବ୍ୟାଙ୍ଗ ଭାଇଭଉଣୀମାନେ ସ୍ୱାବଲମ୍ବୀ ହୋଇପାରୁଥିବା ବେଳେ କଲ୍ୟାଣସିଂହପୁର ବ୍ଳକର ଦିବ୍ୟାଙ୍ଗ ରେବତୀର ଉଦାହରଣ ଦେଇ ପ୍ରଶାସନ ପାଖେ ନିଜର ଅଧିକାର ପାଇବା ପାଇଁ କେବେ ମଧ୍ୟ ନିରାଶ ନ ହୋଇ ଅଧିକାର ପାଇବା ପର୍ଯ୍ୟନ୍ତ ଲଢିବା ଆବଶ୍ୟକ ବୋଲି ଶ୍ରୀ କହଁର ମତପ୍ରକାଶ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଇମ୍ଫା କମ୍ପାନୀର ବରିଷ୍ଠ ଲୋକ ସଂପର୍କ ଅଧକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କୁ କମ୍ପାନୀ ତରଫରୁ ଅନେକ ସମୟରେ ଯୋଗାଇ ଦିଆଯାଉଥିବା ସହାୟତା ଓ ସହଯୋଗ ଉପରେ ଉପସ୍ଥିତ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ଅବଗତ କରାଇଥିଲେ ।


ଆକସୁସ୍ ଅନୁଷ୍ଠାନର ଜିଲ୍ଳା ସଂଯୋଜକ ଚୈତନ୍ୟ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଭୁବନେଶ୍ୱର ଶିକ୍ଷା ଅନୁଷ୍ଠାନର ସୈାମ୍ୟ ରଏ ଯୋଗ ଦେଇ ଡିଜିଟାଲ ଶିକ୍ଷାର ଆବଶ୍ୟକତା ସଂପର୍କରେ ଅବଗତ କରାଇଥିଲେ । ମହାସଂଘର ସଂପାଦକ ଅମରେନ୍ଦ୍ର ନାଥ ଦିବ୍ୟାଙ୍ଗମାନଙ୍କ ସମସ୍ୟା ଓ ସମାଧାନ ନ ହେବା ଯାଏଁ ପ୍ରଶାସନ ପାଖେ ଆମେ ଲଢି ଆମର ଅଧିକାର ଆମେ ପାଇବା ବୋଲି ମତ ଦେବା ସହ ପ୍ରଶାସନ ସମେତ ଅନ୍ୟମାନଙ୍କ ସହାୟତା ଓ ସହଯୋଗ ପାଇଁ କୃତଞତା ଜଣାଇଥିଲେ ।

ମହାସଂଘର ସଭାପତି ଶ୍ରୀ ହିମିରିକା ମଧ୍ୟ ଦିବ୍ୟାଙ୍ଗମାନଙ୍କୁ ସ୍ୱାବଲମ୍ବୀ ଦିଗରେ ପ୍ରଶାସନର ସହଯୋଗ ଯୋଗାଇ ଦେବା ବିଷୟରେ ନିଜ ମତ ପ୍ରକାଶ କରିଥିବା ବେଳେ ଶିଶିର ରାଉଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବ୍ଳକରୁ ଶତାଧିକ ଦିବ୍ୟାଙ୍ଗ ଭାଇଉଭଣୀମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.