ଗଛ ପଡି ରାସ୍ତା ଅବରୋଧ ଘଟଣା: କଟାଗଲା ବିପଦ ସଙ୍କୁଳ ଗଛ

ଓଡ଼ିଆ ବାର୍ତ୍ତା ପ୍ରଭାବ

ଲାଞ୍ଜିଗଡ: ଲାଞ୍ଜିଗଡ-ବିଶ୍ୱନାଥପୁର ପିଡବ୍ଲୁଡି ରାସ୍ତାର ଛତ୍ରପୁର ଛକ ନିକଟରେ ଏକ ଜାମୁକୋଳି ଗଛ ରାସ୍ତା ଉପରେ ପଡି ରହିଥିଲା। ଏଥିପାଇଁ ୬ ଘଣ୍ଟା ଧରି ରାସ୍ତାରେ ଯାତାୟତ ଠପ୍ ହୋଇଥିଲା। ୨ଦିନ ହେଲା ରାସ୍ତା ପାଶ୍ୱରେ ଥିବା ଲଟା ବୁଦାରେ ନିଆଲାଗି ଥିଲା।ମଙ୍ଗଳବାର ରାତିରେ ଉକ୍ତ ଗଛରେ ବି ନିଆଁ ଲାଗି ଯାଇଥିଲା। ବିଳମ୍ବିତ ରାତିରେ ଗଛର ଅଧା ଭାଗ ରାସ୍ତା ଉପରେ ପଡି ଯାଇଥିଲା। ଖବର ପାଇ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଫାୟାର ଅଫିସର ମନୋରଞ୍ଜନ ପାଢ଼ୀଙ୍କ ସହିତ ଦମକଳ ବାହିନୀ ବୁଧବାର ଭୋର ୫ ଟାରେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡି ଥିବା ଗଛଟିକୁ କାଟିଥିଲେ।

Omkar Vasthu
Omkar Vasthu


ଏହାପରେ ଗଛରେ ଲାଗିଥିବା ନିଆଁକୁ ଲିଭାଇ ଥିଲେ। ତେବେ ଗଛର ଅଧା ଭାଗ ଅଧାପୋଡା ଭାବେ ରାସ୍ତା କଡରେ ରହିଥିଲା। ତେଣୁ କୌଣସି ସମୟରେ ଦୁର୍ଘଟଣା ଘଟିବା ଆଶଙ୍କା ନେଇ ଉକ୍ତ ଗଛ ଟିକୁ ରାସ୍ତା କଡରୁ ସମ୍ପୂର୍ଣ୍ଣ କାଟି ଦେବା ପାଇଁ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ଗୁରୁବାର ଦିନ ‘ଓଡିଆ ବାର୍ତ୍ତା’ରେ ଖବର ପ୍ରକାଶ ପାଇଥିଲା।ଏହା ପରେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କଡରେ ଥିବା ବିପଦ ସଂକୁଳ ଅଧାପୋଡ଼ ଗଛ ଟିକୁ କାଟି ଦେଇଥିଲେ। ଏନେଇ ଅଞ୍ଚଳବାସୀ ଓଡ଼ିଆ ବାର୍ତ୍ତାକୁ ଧନ୍ୟବାଦ ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.