ଟ୍ରେନରେ କଟି ଯୁବକ ମୃତ

ନୂଆପଡା: ସଦର ନୂଆପଡା ସ୍ଥିତ ରେଳ ଷ୍ଟେସନ ନିକଟରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ଶବ ଦେଖି ଟ୍ରେନରେ ଯୁବକ ଜଣକ କଟି ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି। ମୃତକ ଜଣକ ପଲସଗୁଡା ଗାଁର ସେନ କୁମାର ସାହୁଙ୍କ ପୁଅ ତ୍ରିନାଥ ସାହୁ (୨୨)ଙ୍କ ବୋଲି ଜଣା ପଡିଛି। ଗତ କାଲି ତାଙ୍କ ଗାଁର ଏକ ବିବାହ ଉତ୍ସବରେ ଯୋଗଦେବାକୁ ସାଙ୍ଗସାଥି ମାନଙ୍କ ସହିତ ତ୍ରିନାଥ ଯାଇଥିଲେ। କିନ୍ତୁ ସେଠାରୁ ସେ କେତେ ବେଳେ କେଉଁଠିକି ଯାଇଥିଲେ ତାହା ଗାଁ ପିଲା ଜାଣି ପାରି ନଥିଲେ। ଆଜି ସକାଳେ ନିକଟସ୍ଥ ରେଳ ଲାଇନ ନିକଟରୁ ତାଙ୍କ କଟା ଶବ ଦେଖିବାକୁ ପାଇ ଗାଁ ଲୋକେ ସଦର ପୋଲିସକୁ ଖବର ଦେଇଥିଲେ। ନୂଆପଡା ସଦର ଇଲେକ୍ଟ୍ରି ଅଫିସରେ ତ୍ରିନାଥ କାର୍ଯ୍ୟରତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.