ସ୍ବର୍ଗତ ରାଧେଶ୍ୟାମ ଅଗ୍ରୱାଲଙ୍କ ସ୍ମୃତିରେ ଜଳଛତ୍ର

କଳାହାଣ୍ଡି: ପ୍ରବଳ ଖରାରେ ସିଝୁଛି କଳାହାଣ୍ଡି। ଦିନ ୧୧ଟା ପରେ ବାହାରକୁ ଯିବା କାଠିକର ପାଠ ହୋଇପଡିଛି। ତେବେ ବିଭିନ୍ନ କାମ ପାଇଁ ଲୋକେ ବାଧ୍ୟହୋଇ ବାହାରକୁ ବାହାରିଥାନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ନର୍ଲା ବ୍ଲକର କୈାଣସି ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଳାଯାଇନାହିଁ। ଖରାର ତାତି ସହ ପଥଚାରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଗୋକୁଳ ଚନ୍ଦ୍ର ରାଧେଶ୍ୟାମ ନାନକା ପରିବାର ରୁପ୍ରାରୋଡ ପକ୍ଷରୁ ସ୍ବର୍ଗତ ରାଧେଶ୍ୟାମ ଅଗ୍ରୱାଲଙ୍କ ସ୍ମୃତିରେ ଏକ ଜଳଛତ୍ର ଆରମ୍ଭ କରାଯାଇଛି। ରୁପ୍ରାରୋଡ ପଞ୍ଚାୟତର ଡମସିଲାଟ ପାଖରେ ଶନିବାର ଦିନ ଏହି ଜଳଛତ୍ରର ଶୁଭାରମ୍ଭ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସ୍ଥାନ ନର୍ଲା-କେସିଙ୍ଗା ବ୍ଲକର ସୀମାନ୍ତ ହୋଇଥିବା ବେଳେ ନର୍ଲା, ରୁପ୍ରାରୋଡ ଓ କେସିଙ୍ଗା ଯିବା ପାଇଁ ମୁଖ୍ୟ ମାର୍ଗ ଅଟେ। ଏହାସହ ଏହି ରାସ୍ତାଦେଇ ବ୍ୟବସାୟୀ ଓ ଗ୍ରାହକମାନେ ବୁଢିପଦର, ସରିଆଁ, ଲାଖପଦର, ରୁପ୍ରାରୋଡ, କାଣ୍ଡେଲରୋଡ ଆଦି ସାପ୍ତାହିକ ବଜାର ଯାଇଥାନ୍ତି। ଏଠାରେ ନାନକା ପରିବାର ପକ୍ଷରୁ ରାଧେଶ୍ୟାମ ଅଗ୍ରୱାଲଙ୍କ ସ୍ମୃତିରେ ଏକ ଜଳଛତ୍ର ଆରମ୍ଭ ହୋଇଥିବାରୁ ପଥଚାରୀ ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକେ ନିଜର ତୃଷ୍ଣା ନିବାରଣ କରିପାରୁଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.