ଭବାନୀପାଟଣା: ଛତିଶଗଡ଼ ରାଜ୍ୟ ବିଜାପୁର ଠାରେ ଅପ୍ରେଲ ୪ ଦିନ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ୨୨ଜଣ ବୀର ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶିବରାମ ନାୟକ ସଭା ପରିଚାଳନ କରିଥିବା ବେଳେ ସ୍କୁଲର ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ସୁତମ କୁମାର ନାୟକ, ଶିକ୍ଷାବିତ ପ୍ରଶାନ୍ତ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ରହି ମାଓବାଦୀଙ୍କ ଏହି ବର୍ବରକାଣ୍ଡଙ୍କୁ ଦୃଢ ନିନ୍ଦା କରିବାସହ ଯବାନଙ୍କ ଦେଶପାଇଁଏହି ବଳିଦାନ ବ୍ୟର୍ଥ ଯିବନି ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ।