ରାଜ୍ୟରେ ୩୧୩୩ ଡାକ୍ତର ପଦବି ଖାଲି : ବିଧାନ ସଭାରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୨୪ ଓ ଗଞ୍ଜାମ ଜିଲ୍ଲାରେ ୨୧୬ ଡାକ୍ତର ପଦ ଖାଲି

ଭୁବନେଶ୍ବର,୮/୨ : ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୩୧୩୩ ଡାକ୍ତର ପଦ ଖାଲି ପଡ଼ିଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୬୫୩୬ ଡାକ୍ତର ପଦ ରହିଥିବା ବେଳେ ଏଥିରେ ୩୪୦୩ ଡାକ୍ତର ନିଯୁକ୍ତ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୨୪ ଓ ଗଞ୍ଜାମ ଜିଲ୍ଲାରେ ୨୧୬ ଡାକ୍ତର ପଦ ଖାଲି ରହିଛି। ବିଧାନସଭାରେ ବିଧାୟକ କନକ ବର୍ଧନ ସଂଦେଓ, ତାରା ପ୍ରସାଦ ବାହିନିପତି ଓ ଚନ୍ଦ୍ରସେଖର ମାଝୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦ ଓ ଏହି ପଦ ପୂରଣ କରିବା ପାଇଁ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି, ତାହା ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

ସୂଚନା ଅନୁସାରେ, ଅନୁଗୁଳରେ ୧୦୬, ବାଲେଶ୍ବରରେ ୧୫୨, ବରଗଡ଼ରେ ୧୨୩, ଭଦ୍ରକରେ ୧୦୯, ବଲାଙ୍ଗୀରରେ ୯୫, ବୌଦ୍ଧରେ ୪୪, କଟକରେ ୭୪, ଦେବଗଡ଼ରେ ୪୮, ଢେଙ୍କାନାଳରେ ୧୦୭, ଗଜପତିରେ ୫୮, ଜଗତସିଂହପୁରରେ ୭୬, ଯାଜପୁରରେ ୮୭, ଝାରସୁଗୁଡ଼ାରେ ୪୬, କଳାହାଣ୍ଡିରେ ୧୨୪, କନ୍ଧମାଳରେ ୧୦୪, କେନ୍ଦ୍ରାପଡ଼ାରେ ୧୨୩, ଖୋର୍ଧାରେ ୮୨, କୋରାପୁଟରେ ୧୦୦, ମାଲକାନାଗିରିରେ ୭୨, ନବରଙ୍ଗପୁରରେ ୯୮, ନୟାଗଡ଼ରେ ୧୦୯, ନୂଆପଡ଼ାରେ ୧୨୦, ପୁରୀ ଓ ସମ୍ବଲପୁରରେ ୯୨, ସୋନପୁରରେ ୬୩, ସୁନ୍ଦରଗଡ଼ରେ ୧୬୯, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍ ରାଉରକେଲାରେ ୩୮ଟି ଲେଖାଏଁ ଡାକ୍ତର ପଦ ଖାଲି ରହିଛି।

Pearl dental clinic
Near Ashish Medical Store, Bhawanipatna

ସେହିପରି ରାଜ୍ୟର ୭ ମେଡିକାଲ କଲେଜ ଓ ଡେଣ୍ଟାଲ କଲେଜରେ ୫୪ ପ୍ରଫେସର, ୧୦୩ ଆସୋସିଏଟ୍ ପ୍ରଫେସର ଓ ୧୮୨ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ରହିଛି। ଏସ୍‌ସିବି ମେଡିକାଲ କଲେଜରେ ୬୩ଟି ପ୍ରଫେସର ପଦରୁ ୧୧ଟି ଖାଲି ଥିବା ବେଳେ ୧୦୩ ଆସୋସିଏଟ୍ ପ୍ରଫେସର ପଦରୁ ୨୫ଟି ଖାଲି ପଡ଼ିଛି। ‌ଏହାସହ ୨୧୪ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦରୁ ୭୪ ଖାଲି ରହିଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ୩୭ ପ୍ରଫେସର ପଦରୁ ୮, ୭୯ ଆସୋସିଏଟ୍ ପ୍ରଫେସର ପଦରୁ ୧୮ ଓ ୧୬୦ ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ୨୫ ଖାଲି ପଡ଼ିଛି। ଭୀମସାର ବୁର୍ଲାରେ ୧୨ ପ୍ରଫେସର, ୧୬ ଆସୋସିଏଟ୍ ପ୍ରଫେସର ଓ ୩୮ ଆସିଷ୍ଟାଣ୍ଟ ପ୍ରଫେସର, ଏସ୍‌ସିବି ଡେଣ୍ଟାଲ କଲେଜରେ ୨ ଆସୋସିଏଟ୍ ପ୍ରଫେସର, ୬ ଆସିଷ୍ଟାଣ୍ଟ ପ୍ରଫେସର, ବାରିପଦା ମେଡିକାଲ କଲେଜରେ ୮ ପ୍ରଫେସର, ୧୨ ଆସୋସିଏଟ୍ ପ୍ରଫେସର ଓ ୧୧ ଆସିଷ୍ଟାଣ୍ଟ ପ୍ରଫେସର, କୋରାପୁଟ ମେଡିକାଲ କଲେଜରେ ୩ ପ୍ରଫେସର, ୮ ଆସୋସିଏଟ ପ୍ରଫେସର ଓ ୫ ଆସିଷ୍ଟାଣ୍ଟ ପ୍ରଫେସର, ବାଲେଶ୍ବର ମେଡିକାଲ କଲେଜରେ ୪ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର ଓ ୧୨ ଆସିଷ୍ଟାଣ୍ଟ ପ୍ରଫେସର, ବଲାଙ୍ଗୀର ମେଡିକାଲ କଲେଜରେ ୮ ପ୍ରଫେସର, ୧୨ ଆସୋସିଏଟ୍ ପ୍ରଫେସର ଓ ୧୧ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି।

Udyog Nursery
Udyogi Nursery

ଶ୍ରୀ ଜେନା କହିଛନ୍ତି, ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦଗୁଡ଼ିକୁ ପୂରଣ କରିବା ପାଇଁ ଓଡ଼ିଶା ଲୋକସଭା ଆୟୋଗଙ୍କୁ ୧୯୫୦ ସ୍ବାସ୍ଥ୍ୟ ଅଧିକାରୀ ଓ ୬୧ଟି ଦନ୍ତ ଚିକିତ୍ସକ ପଦ ପୂରଣ ପାଇଁ ଯୋଗ୍ୟ ବିବେଚିତ ତାଲିକା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି। ଯୋଗ୍ୟ ବିବେଚିତ ତାଲିକା ହସ୍ତଗତ ହେବା ପରେ ଡାକ୍ତରମାନଙ୍କୁ କାଉନସେଲିଂ ମାଧ୍ୟମରେ ଖାଲି ଥିବା ସ୍ଥାନରେ ନିଯୁକ୍ତି ଦିଆଯିବ। ଏହାସହ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରତି ମାସ ୧ରୁ ୧୫ତାରିଖ ମଧ୍ୟରେ ଚୁକ୍ତିଭିକ୍ତିକ ସ୍ବାସ୍ଥ୍ୟ ଅଧିକାରୀ ନିଯୁକ୍ତି ପାଇଁ କ୍ଷମତା ପ୍ରଦାନ କରାଯାଇଛି। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଥିବା ବରିଷ୍ଠ ଡାକ୍ତର ପଦଗୁଡ଼ିକୁ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ। ସମସ୍ତ ସରକାରୀ ମେଡିକାଲ କଲେଜରେ ଖାଲିଥିବା ଫାକଲଟି ପଦକୁ ପୂରଣ କରିବା ପାଇଁ ଡାକ୍ତରୀ ଶିକ୍ଷକ ପଦଗୁଡ଼ିକୁ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ କର୍ମାନ୍ତକରଣ ଓ ପଦୋନ୍ନତି ପ୍ରକ୍ରିୟା ଦ୍ବାରା ପୂରଣ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.