ପିଡ଼ିଏସ ଚାଉଳ ବସ୍ତା ପଡି ପଞ୍ଚାୟତ ପିଅନ ଗୁରୁତର

ଲାଞ୍ଜିଗଡ଼: ହିତାଧିକାରୀଙ୍କୁ ପିଡ଼ିଏସ ଚାଉଳ ବଣ୍ଟନ ସମୟରେ କାନକୁଟରୁ ପଞ୍ଚାୟତ ପିଅନ କାଟ୍ରି ମାଝୀଙ୍କ ଉପରେ ଚାଉଳ ବସ୍ତା ପଡ଼ି ଗୁରୁତର ହେବାରୁ ତାଙ୍କୁ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ ଶୁକ୍ରବାର ସକାଳ ୮ ଘଣ୍ଟା ସମୟରେ ଲାଞ୍ଜିଗଡ଼ ବ୍ଲକ କାନକୁଟୁରୁ ପଞ୍ଚାୟତଠାରେ ହିତାଧିକାରୀଙ୍କୁ ପିଡ଼ିଏସ ଚାଉଳ ବଣ୍ଟନ କରାଯାଉଥିଲା।

ଏହି ସମୟରେ ପଞ୍ଚାୟତ ପିଅନ କାଟ୍ରି ମାଝୀ ଗୋଦାମ ଘରେ ଥାକ ହୋଇ ରହିଥବା ଚାଉଳ ବସ୍ତାକୁ ବାହାର କରୁଥିବା ସମୟରେ ହଠାତ୍ ତାଙ୍କ ଉପରେ ୩ ରୁ ୪ଗୋଟି ଚାଉଳ ବସ୍ତା ପଡିଯାଇଥିଲା। ଚାଉଳ ବସ୍ତା ଚାପରେ ଆସି ଶ୍ରୀ ମାଝୀ ଗୁରୁତର ହୋଇ ଅଚେତ୍ ହୋଇ ପଡିଥିଲେ।ତାଙ୍କୁ ସାଙ୍ଗେ ସାଙ୍ଗେ ଏକ ଅଟୋରିକ୍ସାରେ ବିଶ୍ୱନାଥପୁର ମେଡ଼ିକାଲରେ ଆଣି ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣା ପଡିଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.