କୋରାପୁଟ: କୋରାପୁଟ ବ୍ଲକ ପରଜା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମନୋଜ କୁମାର ଖେମୁଣ୍ଡୁଙ୍କ ୪୦ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ତଳେ ଆନ୍ତ୍ରିକ ରୋଗରେ ପୀଡିତ ଥିଲେ। କୋରାପୁଟ ବାସଗୃହରେ ତାଙ୍କର ଦେହାନ୍ତ ହୋଇଅଛି। ସେ ନନ୍ଦପୁର ବ୍ଲକ ଖେମୁଣ୍ଡୁଗୁଡା ଗ୍ରାମର ଅଧିବାସୀ ଏବଂ ନିଜ ପତ୍ନୀଙ୍କ ସହ ଗୋଟେ ପୁଅ ଏବଂ ଝିଅଙ୍କ ସହ କୋରାପୁଟ ସହରରେ ରହୁଥିଲେ। ଶିକ୍ଷକ ମନୋଜ ଜଣେ ପରୋପକାରୀ, ସଚ୍ଚୋଟ, ମେଳାପୀ, ଛାତ୍ରବତ୍ସଳ, ମିଷ୍ଟଭାଷୀ ପ୍ରକୃତିର ଥିଲେ। ଏହି ଶିକ୍ଷକଙ୍କ ଦେହାନ୍ତ ପରେ ସଂପୂର୍ଣ୍ଣ ଅଞ୍ଚଳ, ଶିକ୍ଷକ ସମାଜ ବିଶେଷ କରି ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଗଭୀର ଆଘାତ ପହଞ୍ଚିଛି। ଆପଣାର ଶିକ୍ଷକଙ୍କୁ ମନେ ପକାଇ ଛାତ୍ରଛାତ୍ରୀ, ବନ୍ଧୁ ପରିଜନ, ଗ୍ରାମବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ଦେଖାଯାଇଛି।