କଳାହାଣ୍ଡି,୧୦/୨: ବନ ପାହାଡ ଘେରା କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ଠାରେ ବ୍ଲକ ଯାଦବ ସମିତି ର ଏକ ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନୂତନ କାର୍ଯକର୍ତ୍ତା ଚୟନ ସହ ଯାଦବ ସମାଜର ରୀତି ନୀତି ଉପରେ ଆଲୋଚନା କରାଯାଇଥିଲା ।
ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ଯର୍ଥନା କମିଟି ର ସଭାପତି ଶ୍ରୀଯୁକ୍ତ ହରିଶଙ୍କର ବାଗ, କଲମପୁର ବ୍ଲକ ଯାଦବ ମହାସଭା ର ସଭାପତି ଶ୍ରୀଯୁକ୍ତ କୃଷ୍ଣ ଲହଜଲ, ଉତ୍କଳ ଯାଦବ ମହାସଭା ର ଉପ ସଭାପତି ଶ୍ରୀଯୁକ୍ତ ଧନେଶ୍ବର ଭାଟି ପ୍ରମୁଖ ଯୋଗ ଦେଇଥିଲେ ।
ନୂତନ ବ୍ଲକ ଯାଦବ ମହାସଭା ସଭାପତି ଭାବେ ଶଙ୍କର ହଂସ, ଉପ ସଭାପତି ଶତୃଘ୍ନ ଗହୀର, ସଂପାଦକ ରାଜକିଶୋର ଖର୍ସେଲ, ସହ ସଂପାଦକ କଲ୍ପେଶ୍ବର ଗଉଡ,କୋଷାଧ୍ୟକ୍ଷ ତୁମେଶ୍ବର ଗଉଡ।ଯୁବ ଯାଦବ ସଭାପତି ଭାବେ ଶିଶିର ବାଗ , ସଂପାଦକ କାଳିଆ ହଂସ। ମହିଳା ସମିତି ର ସଭାନେତ୍ରୀ ଭାବେ ମଞ୍ଜରୀ ଗହୀର ଓ ସଂପାଦିକା ଭାବେ କଲ୍ପନା ଗୋପାଲ ନିର୍ବାଚିତ ହୋଇଥିଲେ।