୧୫ଜଣ ଦାଦନ ଶ୍ରମିକଙ୍କୁ ତେଲଙ୍ଗାନାରେ ନିର୍ଯ୍ୟାତନା ଅଭିଯୋଗ

  • ଆଇଏଚଆରସି ଓ ରାୟଗଡା ଜିଲ୍ଳା ଶ୍ରମ ବିଭାଗର ସହାୟତାରେ ଗଲେ ନିଜ ଘରକୁ

  • ତେଲେଙ୍ଗେନାର କାର୍ଲାଚିଲା ଇଟାଭାଟିରେ ଫସି ରହିଛନ୍ତି ଓଡିଶାର ଦାଦନ ଶ୍ରମିକ

ରାୟଗଡା,୧୦/୨: ରାଜ୍ୟ ବାହାରୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ନିର୍ଯ୍ୟାତନାର ଶୀକାର ହେଉଥିବା କିଛି ନୂଆ କଥା ନୁହେଁ । ତେବେ ନିଜ ରାଜ୍ୟରେ ଏମାନେ କାମଧନ୍ଦା ନ ପାଇଁ କାହିଁକି ବାହାର ରାଜ୍ୟକୁ ଯାଇ ନିର୍ଯ୍ୟାତିତ ହେଉଛନ୍ତି ତାହାର ବିଶ୍ଳେଷଣର ଆଲୋଚନା ହେବା ଆବଶ୍ୟକ । ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଅଂଚଳରୁ ୬ଟି ପରିବାରର ସମେତ ଅନ୍ୟ ୩ଜଣକୁ ମିଶାଇ ସମୁଦାୟ ୧୫ଜଣ ଦାଦନ ଶ୍ରମିକମାନେ ତେଲଙ୍ଗାନାରେ ନିର୍ଯ୍ୟାତିତ ହୋଇ ଫେରିଥିବା ଘଟଣା ଦାଦନ ଶ୍ରମିକଙ୍କ ଅସୁବିଧାକୁ ବଖାଣୁଛି । ଉଦ୍ଧାର ହୋଇ ଫେରିଥିବା ଶ୍ରମିକମାନଙ୍କୁ ରାୟଗଡା ଜିଲ୍ଳା ଶାଖାର ଆନ୍ତର୍ଜାତୀୟ ମାନବାଧିକାର କମିଶନର ସଭ୍ୟସଭ୍ୟା ଏବଂ ଜିଲ୍ଳା ଶ୍ରମ ବିଭାଗର ଅଧିକାରୀମାନଙ୍କ ପକ୍ଷରୁ ରେଳବାଇ ଷ୍ଟେସନ ପରିସରରେ ଥିବା ସାଧାରଣ ଶ୍ରେଣୀ ପ୍ରତୀକ୍ଷାଳୟରେ ସେମାନଙ୍କୁ ରାତ୍ର ଯାପନ ଏବଂ ରାତ୍ର ଭୋଜନ ପାଇଁ ବ୍ୟବସ୍ଥା କରାଇଥିଲେ । ସେହିପରି ସେମାନଙ୍କୁ ରବିବାର ଦିନ ଜଗଦଲପୁର-ହାୱଡା ସମଲେଶ୍ୱରୀ ଟ୍ରେନ ଯୋଗେ ବଲାଙ୍ଗିର ପଠାଯାଇଛି ।

Omkar Vasthu
Omkar Vasthu

ଏ ନେଇ ରାୟଗଡା ଶ୍ରମ ବିଭାଗର ସହାୟକ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ବଲାଙ୍ଗିର ଜିଲ୍ଳାର ତୁଷରା ଥାନା ଅନ୍ତର୍ଗତ ସିକୁଆଁ ଗ୍ରାମର ଲୁଛନା ତାମୁଲିଆ ଓ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ତାମୁଲିଆ, ଗୁଡଭେଲା ଗ୍ରାମର ଆଦିତ୍ୟ ସାମରତ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସାମରତ, ସଇଁତଳା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ବଚନ ସାହାଣୀ ଓ ତାଙ୍କ ସ୍ତ୍ରୀ କେଶରୀ ସାହାଣୀ, ତୁରକେଲା ଥାନା ଅର୍ନ୍ତଗତ ଗୟାନୀମାଲ ଗ୍ରାମର ମାୟାଧର ତାଣ୍ଡି ଓ ତାଙ୍କ ସ୍ତ୍ରୀ ରାଧିକା ତାଣ୍ଡି ଏବଂ ଗ୍ରାମର ଗୁପ୍ତ ଖରସେଲ, ସଜନା କୁମ୍ଭାରିଆ ଓ ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଉପରୁଡା ଗ୍ରାମର ଚୈତନ୍ୟ କୁମ୍ଭୁରିଆ ଓ ତାଙ୍କ ସ୍ତ୍ରୀ ସବିତା କୁମ୍ଭୁରିଆ ଏବଂ ଇନ୍ଦିରା ଚିନା, ପହିଲମାନ ନାୟକ ଓ ତାଙ୍କ ବିଳାସିନୀ ନାୟକ ପ୍ରମୂଖ ୬ଗୋଟି ପରିବାରଙ୍କୁ ଗୋକୁଳ ନାମକ ଜଣେ ଦଲାଲ ଇଟାଭାଟିରେ କାମଧନ୍ଦା ଯୋଗାଇ ଦେବା ପାଇଁ ଯୋଗାଯୋଗ କରି ଦାଦନ ଶ୍ରମିକକୁ ପଠାଉଥିବା କଣ୍ଟାବାଞ୍ଜି ଥାନା ଅଧୀନର ଖୁନିଲିମାଲ ଗ୍ରାମର ପୁରନ ବାଗ ନାମକ ଜଣେ ଦଲାଲଙ୍କ ସହ ସାକ୍ଷାତ କରାଇ ସେଠାରୁ ଗତ ୫ମାସ ତଳେ ୧୫ଜଣଙ୍କୁ ତେଲେଙ୍ଗାନା ରାଜ୍ୟର ପାଇଡାପାଲି ଜିଲ୍ଳାର କାର୍ଲାଚିଲା ଗ୍ରାମର ଇଟାଭାଟିକୁ ପଠାଇଥିଲେ । ସେଠାରେ ଇଟାଭାଟିର ମାଲିକ ଆରିଫ ପ୍ରଥମେ ସେମାନଙ୍କୁ କିଛି ଦିନ ଭଲଭାବରେ ଦେଖାଶୁଣା କରିବା ପରେ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା ।

Pearl dental clinic
Near Ashish Medical Store, Bhawanipatna

ସମସ୍ତ ଦାଦନ ପରିବାରକୁ ଇଟାଭାଟି ନିକଟସ୍ଥ ଏକ ଜଙ୍ଗଲିଆ ସ୍ଥାନରେ ଝାଟିମାଟି ଘରରେ ରଖିବା ସହ ଶ୍ରମିକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଥିଲା । ଏପରିକି ସେମାନଙ୍କୁ ଦିନରାତି ଖଟାଇ ସପ୍ତାହକୁ ଜଣଙ୍କୁ ୨୦୦ଟଙ୍କା ଲେଖାଁଏ ମଜୁରୀ ପ୍ରଦାନ କରୁଥିଲା । ଏହାର ବିରୋଧ କଲେ ଗୁଣ୍ଡା ଲଗାଇ ସେମାନଙ୍କୁ ମାଡ ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ । ବିଶେଷ କରି ମହିଳା ଶ୍ରମିକମାନଙ୍କୁ ଅଶ୍ଳିଳ ଭାଷା ଏବଂ ଇଙ୍ଗିତ କରିବା ସହ ସେମାନେ ଶୈାଚ ଓ ଗାଧୋଇବା ପାଇଁ ଯାଉଥିବା ବେଳେ ପୁରୁଷ ସୁରକ୍ଷା କର୍ମୀମାନଙ୍କୁ ସାଥିରେ ପଠାଉଥିଲା । ଏହି ଘଟଣା ସଂପର୍କରେ କାର୍ଲାଚିଲାର ଜଣେ ଆଇଏଚଆରସି ସଂଗଠନର ସଦସ୍ୟ ଜାଣିବାକୁ ପାଇ ସେମାନଙ୍କୁ ସେଠାରୁ ବିଜୟୱାଡାରେ ଥିବା ଆଉ ଜଣେ କୁମାରସ୍ୱାମୀ ନାମକ ଜଣେ ସଦସ୍ୟଙ୍କୁ ପଠାଇଥିଲେ । ୧୫ଜଣ ଦାଦନ ଶ୍ରମିକ ଏବଂ ତାଙ୍କ ସାଥିରେ ଥିବା ତାଙ୍କର ୯ଜଣ ଶିଶୁମାନଙ୍କୁ ବିଜୟୱାଡା ଷ୍ଟେସନରେ କୁମାରସ୍ୱାମୀ ବୁଝାସୁଝା କରି ରାୟଗଡା ଜିଲ୍ଳା ଶାଖା ଆଇଏଚଆରସି ର ସଦସ୍ୟା ଶ୍ରୀମତି ସେନାପତି ସନ୍ତୋଷିଙ୍କୁ ଜଣାଇ ଥିଲେ । ଘଟଣା ସଂପର୍କରେ ଅବଗତ ହେବା ପରେ ଶ୍ରୀମତି ସନ୍ତୋଷୀ ଏ ନେଇ ରାୟଗଡା ଜିଲ୍ଳା ଶ୍ରମ ବିଭାଗ ସହ ଯୋଗାଯୋଗ କରିଥିଲେ ।

Udyog Nursery
Udyogi Nursery

ଉଦ୍ଧାର ପାଇ ଫେରୁଥିବା ଦାଦନ ଶ୍ରମିକମାନେ ବିଶାଖପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଯୋଗେ ରାୟଗଡାକୁ ଆସିଥିଲେ । ବର୍ତମାନ ମଧ୍ୟ କାର୍ଲାଚିଲା ଇଟାଭାଟିରେ ଓଡିଶାର ବହୁ ଦାଦନ ଶ୍ରମିକମାନେ ନିର୍ଯ୍ୟାତନାର ଶୀକାର ହେଉଥିବା ବେଳେ ସେଠାରେ ପାଖାପାଖି ୭୦ରୁ ୮୦ଜଣ ଦାଦନ ଶ୍ରମିକ ରହୁଥିବା ନେଇ ଉଦ୍ଧାର ପାଇ ଫେରିଥିବା ଦାଦନ ଶ୍ରମିକ ଲଛନା ତାମୁଲିଆ, ଜ୍ୟୋସ୍ନା ତାମୁଲିଆ, ପହଲିମାନ ନାୟକ, ଆଦିତ୍ୟ ସାମରତଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

ରାୟଗଡା ରେଳ ଷ୍ଟେସନରେ ଉଦ୍ଧାର ହୋଇଥିବା ଦାଦନ ଶ୍ରମିକଙ୍କ ସହ ଅନ୍ତର୍ଜାତୀକ ମାନବାଧିକାର କମିଶନ ର ରାଜ୍ୟ ସଭାପତି ଶିବ ନାରାୟଣ ପାତ୍ର, ଜୋନାଲ ସଭାପତି ସେନାପତି ସନ୍ତୋଷି, ସଭ୍ୟ ଦିବ୍ୟପ୍ରକାଶ ମହାରଣା, ଡି.ରାବଣା, ଡି.ରାଜୁ, ଇନ୍ଦୁ, ଶୁଭମିତ୍ରାଙ୍କ ସମେତ ସହାୟକ ଜିଲ୍ଳା ଶ୍ରମ ଅଧିକାରୀ ଛୋଟରାଏ ତୁଡୁ, ଆରଏଲଆଇ ଏସ.କେ.ରାଇତା, ଚୈତନ୍ୟ ମାଝି ପ୍ରମୁଖ ସାକ୍ଷାତ କରି ସେମାନଙ୍କ ପାଇଁ ସମସ୍ତ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.