ଜୁନ୍‍ ପହିଲାରୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେବ ଅନଲାଇନ୍‍ କ୍ଲାସ୍‍

ଭୁବନେଶ୍ୱର: ରାଜ୍ୟର ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଜୁନ ପହିଲାରୁ ଅନଲାଇନ୍‍ କ୍ଲାସ୍‍ ଆରମ୍ଭ ହେବ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, ଖରା ଛୁଟି ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡ଼ିକରେ ଅନଲାଇନ୍‍ କ୍ଲାସ୍‍ ଆରମ୍ଭ ହେବ। ବର୍ତମାନ ଶ୍ରେଣୀ ଗୃହରେ ପାଠପଢ଼଼ା ସମ୍ଭବ ନୁହେଁ। ସେହିପରି ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହଷ୍ଟେଲ ଗୁଡ଼ିକ ବନ୍ଦ ରହିବ। ୟୁଜିସିର ନିଷ୍ପତି ସଂପର୍କରେ ସୂଚନା ପାଇବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ। ପରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ପହିଲାରୁ ଖୋଲିବ। ଏନେଇ ବିଭାଗୀୟ ସଚିବ ଚିଠି ଲେଖି ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଅବଗତ କରିଛନ୍ତି। ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ ଜୁନ୍‌ ପହିଲାରୁ ଖୋଲିବ। ମେ’ ୩୧ରେ ଗ୍ରୀଷ୍ମ ଛୁଟି ସରିବା ପରେ କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ବିଭାଗ ପକ୍ଷରୁ ଗତ ଏପ୍ରିଲ ୧୬ ଏବଂ ୨୬ରେ ଦିଆଯାଇଥିବା ଚିଠି ଆଧାରରେ ନିର୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.