ଆରପାରିରେ ଧର୍ମପ୍ରାଣା ନିଶାମଣି, ବିଭିନ୍ନ ମହଲରୁ ଶୋକ

କଟକ: ବୟାଳିଶମୌଜା ଯାଦବ ମହାସଭାର ଉପଦେଷ୍ଟା ସ୍ୱର୍ଗତ ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ନିଶାମଣି ବେହେରା(୭୪) ତାଙ୍କ ବରାଳ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମିଷ୍ଟଭାଷୀ, ମେଲାପି ମହିଳା ସ୍ୱର୍ଗତା ନିଶାମଣୀ ବେହେରାଙ୍କ ଏକାଦଶାହରେ ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ’ ଓଡ଼ିଶା(ବିସିଟି), ସରସ୍ବତୀ କଳା ପରିଷଦ, ଉତ୍କଳ ବିକାଶ ପରିଷଦ’, ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ, କରୋନା ଯୋଦ୍ଧା ପ୍ରିନ୍ସ ନନ୍ଦ, କବୟତ୍ରୀ ପ୍ରତିଭା ଶତପଥୀ, ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ଯୁବ ସଭାପତି ଇଂ. ପ୍ରଦୀପ ବେହେରା, ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ. ବିମଳ ଚନ୍ଦ୍ର, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, କୃଷକନେତା ଦେବୀ ପ୍ରସାଦ ପତି, ସମାଜସେବୀ ରସାନନ୍ଦ ବେହେରା ତଥା ସ୍ଥାନୀୟ ଗ୍ରାମବାସୀବୃନ୍ଦ ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତା ନିଶାମଣି ବେହେରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ନାତି ରକ୍ତଦାତା ସୁରଜ ବେହେରା ବିସିଟିର ସାଂଗଠନିକ ସମ୍ପାଦକ ଭାବେ କାର୍ଯ୍ୟ କରିବାସହ ବିଭିନ୍ନ ସଂଗଠନସହ ଜଡିତ ରହି ବହୁ ଜନହିତକରକାର୍ଯ୍ୟ, ରକ୍ତଦାନ, ଶିକ୍ଷାଦାନ, କରୋନା ଯୋଦ୍ଧା ଭାବେ ଅନନ୍ୟ ସେବା, ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରିରଖି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.