କଣ୍ଟନମେଣ୍ଟ ଜୋନରେ ରହିଲା ଭଟାଙ୍ଗ ଶାନ୍ତିନଗରପଡା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧୀନ ଭଟାଙ୍ଗ ଗାଁର ଶାନ୍ତି ନଗର ପଡାରେ ଗତକାଲି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର ଶାନ୍ତି ନଗରପଡାକୁ ଆଜିଠାରୁ ଜୁନ ୧୦ ଯାଏଁ ୧୦ ଦିନ ଧରି ନିଷିଧାଞ୍ଚଲ ଭାବରେ ଘୋଷଣା କରିଛନ୍ତି। କରୋନାର ଦ୍ୱିତୀୟ ଲହରରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବ୍ୟବସାୟୀକ କେନ୍ଦ୍ର ନର୍ଲାରୋଡକୁ ମଧ୍ୟ ଦୁଇ ଦୁଇ ଥର ନିଷିଧାଞ୍ଚଳ ଘୋଷଣା କରାଯାଇଥିଲା। ନର୍ଲା ବ୍ଲକର ବିଭିନ୍ନ ଗ୍ରାମରେ କରୋନାର ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଘୁ ଘୁ ହୋଇ ବଢି ଚାଲିଥିବା ବେଳେ ରପ୍ରାରୋଡ, ଶାନ୍ତପୁର ପ୍ରଭୃତି ଅଞ୍ଚଳକୁ ଦୁଇ ଦୁଇ ଥର କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ହୋଇ ସାରିଛି। ଏବେ ନର୍ଲା ଡାକ୍ତରଖାନା ପରିସରରେ ରହିଥିବା କୋଭିଡ ପରୀକ୍ଷଣ କେନ୍ଦ୍ରରେ ପ୍ରତ୍ୟହ ୫୦ ଜଣ ବ୍ୟକ୍ତିଙ୍କୁ କୋଭିଡ ପରୀକ୍ଷଣ କରାଯାଉଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ପଜିଟିଭ ପ୍ରତିଦିନ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି। ନର୍ଲା ବ୍ଲକ୍ ଅଞ୍ଚଲରେ କରୋନା ପଜିଟିଭ ସଂଖ୍ୟା ୮୦୦ ଅତିକ୍ରମ କରିସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି କ୍ରମରେ ଏହି ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବାଙ୍କେଲ ଗ୍ରାମରେ ଗତ ସପ୍ତାହରେ ଜନୈକ ମହିଳା କରୋନାରେ ମୃତୁ୍ୟ ବରଣ କରିବା ପରେ ସର୍ଗିଗୁଡାରେ ଆତଙ୍କର ବାତାବରଣ ଖେଳି ଯାଇଛି। ଗତକାଲି ଭଟାଙ୍ଗ ଗ୍ରାମର ଶାନ୍ତି ନଗର ପଡାର ୫ ଜଣ ବ୍ୟକ୍ତିଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହେବାପରେ ଆଜିଠାରୁ ଭଟାଙ୍ଗ ଗ୍ରାମର ଶାନ୍ତିନଗର ପଡାକୁ କୁ ୧୦ ଦିନ ପାଇଁ କଣ୍ଟେନମକେଣ୍ଟ ଜୋନ୍ ଭାବରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.