ଛେଲିଆମାଳ ପଞ୍ଚାୟତରେ ଟିମ ଜୈ ଭବାନୀ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳ ଭବାନୀ ଶଙ୍କର ନିଆଲଙ୍କ ଆହ୍ୱାନ ଏବଂ ସହଯୋଗରେ ଟିମ ଜୈ ଭବାନୀ ତରଫରୁ ସଦର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଲିଆମାଳ ଗ୍ରାମ ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଛି। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଜୈ ଭବାନୀ ଟିମ୍।

Omkar Vasthu
Omkar Vasthu


ଜୈ ଭବାନୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଛାତ୍ର ବିଜେଡି ଜିଲ୍ଲା ଉପସଭାପତି ନୀଳାମ୍ବର ସାହୁ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏଥିରେ ଜୈ ଭବାନୀ ଟିମର ସଂଯୋଜକ ଖୁସିରାମ ସାହୁଙ୍କ ସମେତ ବବ୍ଲୁ ରାଉତ, ଦେବରାଜ ବିଶି, ଲୁଚିତ ବିଶି, ତୁରାଙ୍ଗ ବାଗ, ପୃଥ୍ୱୀରାଜ ବାଗ, ବେଦବ୍ୟାସ ବେମାଲ, ଭୋଳା ବିଶି, ପ୍ରେମଲାଲ ବେମାଲ,ଅଜିତ ବେମାଲ, ଭୀଷ୍ମ, ଉଦିତ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.