ଅଚଳ ହୋଇ ପଡ଼ିଛି ନଳକୂପ: ପାଣି ପାଇଁ ହନ୍ତସନ୍ତ ପଡାବାସୀ, ଆଖିମୁଜି ଦେଇଛନ୍ତି ନିର୍ବାଚିତ ଲୋକପ୍ରତିନିଧି

କଳାହାଣ୍ଡି, (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ଦେଓଗାଁ (ଟିକ୍ରାପଡା) ଠାରେ ଆଜକୁ ପ୍ରାୟ ୧୨ ଦିନ ହେଲା ନଳକୂପ ଅଚଳ ହୋଇ ପଡିଛି। ଫଳରେ ମହିଳାମାନେ ପାନୀୟ ଜଳ ସଂଗ୍ରହ କରିବାକୁ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ପଞ୍ଚାୟତ ପକ୍ଷରୁ ପାଣି ସପ୍ଲାଇ ଥିଲେ ମଧ୍ୟ ଦିନକୁ ସକାଳେ ଘଣ୍ଟାଏ ପାଣି ଓ ଉପରବେଳା ଘଣ୍ଟାଏ ପାଣି ଦେଲେବି ଅସୁବିଧା ସମ୍ମୁଖିନ ହେବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କୁ ବାରମ୍ବାର କହିବା ସତ୍ବେବି ନଳକୂପଟି ମରାମତି ହୋଇ ପାରୁନାହି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ କର୍ଲାମୁଣ୍ଡା ଜଳ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ସୁଇଚ ଥିଲା। ଏଥିପ୍ରତି ତୁରନ୍ତ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.