ନାଟ୍ୟକାର-ନିର୍ଦ୍ଦେଶକ ରାଜେନ୍ଦ୍ର ପାଢ଼ୀଙ୍କୁ ‘ନାଟ୍ୟଶ୍ରୀ’ ଉପାଧି

କଳାହାଣ୍ଡି: ଝାରଖଣ୍ଡର ଗିରଡିହ୍ ସ୍ଥିତ କଳା ସଙ୍ଗମ ଅନୁଷ୍ଠାନ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ନାଟକ, ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ଲେଖକ ଓ ନାଟ୍ୟ ନିର୍ଦ୍ଦେଶକ ରାଜେନ୍ଦ୍ର ପାଢ଼ୀଙ୍କୁ ‘ନାଟ୍ୟଶ୍ରୀ’ ଉପାଧିରେ ଭୂଷିତ କରାଯାଇଛି। ଏହି ଉପାଧି ପାଇଁ ଶ୍ରୀ ପାଢ଼ୀ ୨୦୧୭ ମସିହାରେ ମନୋନୀତ ହେଇଥିଲେ ହେଁ ସେ ଏବର୍ଷ ଏହି ଉପାଧିଟିକୁ ଗ୍ରହଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶ୍ରୀ ପାଢ଼ୀ ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ଧରି ନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ଭାବେ ସକ୍ରିୟ ଅଛନ୍ତି। ତାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଗର଼୍ହନ୍’, ‘ଖର଼୍ତପ୍’, ‘ମେଲି’, ‘ସାଆଁକାର୍’, ‘ସଜା’, ‘କଲବଲ୍’, ଓ ‘ଟୁରାଟୁରି’ ଭଳି ଅନେକ ନାଟକ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସନୀୟ ଓ ସମ୍ମାନିତ ହୋଇପାରିଛି। ତାଙ୍କର ଏଭଳି ପ୍ରତିଭା ପାଇଁ ପୂର୍ବରୁ ନବରଙ୍ଗପୁର ଝରିଗାଁ ସ୍ଥିତ ଭାରତୀ କଳା ନିକେତନ ପକ୍ଷରୁ ‘ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ-୨୦୧୮’ ସମେତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ଓ ଧର୍ମଗଡ଼ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ବସନ୍ତ ଉତ୍ସବ-୨୦୦୮ ଏବଂ ଭବାନୀପାଟଣା ସ୍ଥିତ ପ୍ରତିଭା ଅନୁଷ୍ଠାନର ତୃତୀୟ ଜନ୍ମବାର୍ଷିକୀ ଉତ୍ସବ-୨୦୦୯ ଅବସରରେ ସମ୍ମାନିତ ହୋଇଛନ୍ତି। ସଂପ୍ରତି ଶ୍ରୀ ପାଢ଼ୀ ଭବାନୀପାଟଣା ସ୍ଥିତ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗମ’ର ପ୍ରତିଷ୍ଠାତା ସଭାପତି ଭାବେ କାର୍ଯ୍ୟରତ। 

Udyog Nursery
Udyogi Nursery

 

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.