ଲାଞ୍ଜିଗଡ ବ୍ଲକରେ ଶିକ୍ଷା ସମୀକ୍ଷା ବୈଠକ

କଳାହାଣ୍ଡି/ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକର ଗୋବର୍ଦ୍ଧନ ପୁର, ଲାଞ୍ଜିଗଡ ରୋଡ ଓ ମସ୍କାଗୁଡା କ୍ଲଷ୍ଟରର ଶିକ୍ଷା ସମୀକ୍ଷା ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଲାଞ୍ଜିଗଡ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଜୀବ କୁମାର ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକଟି ଗୋବର୍ଦ୍ଧନ ପୁର ସିଆରସିସି ତପନ କୁମାର ଭୋଇ ଓ ମସ୍କାଗୁଡା ସିଆରସିସି ପ୍ରକାଶ ଚନ୍ଦ୍ର ପଧାନ ପରିଚାଳନା କରିଥିଲେ। ଏଥିରେ ତିନୋଟି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବୈଠକରେ ୟୁଟୁବ ଶିକ୍ଷା, ଇ ପାଠଶାଳା, ସ୍ୱଶିକ୍ଷଣ ଶିକ୍ଷା, ବୃକ୍ଷ ରୋପଣ, ମଧ୍ୟାହ୍ନ ଭୋଜନ କୁକିଙ୍ଗ କଷ୍ଟ ବଣ୍ଟନ ଆଦି ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକପାତ କରିଥିଲେ। ଆସନ୍ତା କାଲି (୨୧/୬/୨୦୨୧) ଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଶ୍ରେଣୀ ଠାରୁ ଆଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟୁବ, ଅନଲାଇନ କ୍ଲାସର ଉଦ୍ଦେଶ୍ୟକୁ ସମସ୍ତେ ହୃଦୟଙ୍ଗମ କରି କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାଏକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ତିନୋଟି କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତଦାରଖ ଓ ପଥ ପ୍ରଦର୍ଶନରେ ଲାଞ୍ଜିଗଡକୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କ୍ଲକ ଭାବେ ଗଢ଼ିତୋଳିବା ପାଇଁ ଆମେ ସମସ୍ତେ ସଂକଳ୍ପ ବଦ୍ଧ ହେବା ବୋଲି ମତ ବ୍ୟକ୍ତ କରିଥିଲେ। ସମସ୍ତଙ୍କ ସହଯୋଗରେ ଲାଞ୍ଜିଗଡ ଏକ ଅଗ୍ରଣୀ ବ୍ଲକ ଭାବେ ଗଢ଼ିତୋଳିବା ପାଇଁ ଏବିଇଓ ପଦ୍ମଲୋଚନ ସୁନା ମଧ୍ୟ ଆହ୍ୱାନ ଦେଇଥିଲେ। ଶେଷରେ ଗୋବର୍ଦ୍ଧନ ପୁର ସିଆରସିସି ଶ୍ରୀଯୁକ୍ତ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ବୈଠକଟି ସାଙ୍ଗ କରାଯାଇଥିଲା।

କଳାହାଣ୍ଡିରୁ ଲିଙ୍ଗରାଜ ମିଶ୍ରଙ୍କ ସହ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.