ନର୍ଲାରୋଡରେ ଚାଲିଛି ରେଳରୋକ ଆନ୍ଦୋଳନ; ଟ୍ରାକ ଉପରେ ଶହ ଶହ ଆନ୍ଦୋଳନକାରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନ ରେ ଚାଲିଛି ରେଳ ରୋକ ଆନ୍ଦୋଳନ। ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀମାନେ ଟ୍ରାକ ଉପରେ ବସି ସମ୍ବଲପୁର – ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନକୁ ଅଟକ ରଖିଛନ୍ତି। ଘୋଷଣା ଅନୁଯାୟୀ ସକାଳ ୮.୩୦ ସମୟରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରଥମେ ଆରପିଏଫ ଓ ସ୍ଥାନୀୟ ପୋଲିସ ଷ୍ଟେସନର ମୁଖ୍ୟ ଦ୍ୱାରରେ ଆନ୍ଦୋଳନ କାରୀକୁ ଅଟକ ରଖିଥିଲେ। କଡନ କରି ଷ୍ଟେସନର ମୁଖ୍ୟ ଗେଟକୁ ଅବରୋଧ କରିଥିଲେ। ନର୍ଲା ସ୍ୱାଭିମାନ ମଞ୍ଚର ସମ୍ପାଦକ ଦୀପୁ ପାତ୍ରଙ୍କ ସମେତ ଅନେକ ଯୁବ ନେତା ଓ ମହିଳାମାନେ ବାଡ ଡେଇଁ ଧସେଇ ପଶି ଟ୍ରାକ ଉପରକୁ ଚାଲି ଆସିଥିଲେ। ଏହାପରେ ଶତାଧିକ ସଂଖ୍ୟାରେ ସଦସ୍ୟ ମାନେ ଆସି ଟ୍ରାକ ଉପରେ ବସି ସମ୍ବଲପୁର ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନକୁ ଅଟକ ରଖିଛନ୍ତି। ଏହାପରେ ସମତା ସୁପରଫାଷ୍ଟ ଟ୍ରେନକୁ ଅଟକ ରଖିବାର ଯୋଜନାରେ ରଖିଛନ୍ତି। ଏଠାରେ ଆରପିଏଫ, ସ୍ଥାନୀୟ ପୋଲିସ ମହଜୁଦ୍ ରହି ଶୃଙ୍ଖଳା ଵ୍ୟଵସ୍ଥା ବୁଝୁଥିବା ବେଳେ ରେଳବାଇ ଵିଭାଗ ଚିଫ କମର୍ସିଆଲ ଅଫିସର ଶୁଭ୍ରାଂଶୁ ପରିଡ଼ା, କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ଆରପିଏଫ ଏ ଏସ ସି ଏ ଏମ୍ କିସକୁ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରୁଛନ୍ତି। ହେଲେ ଆନ୍ଦୋଳନ ଥମିବାର ନାଁ ଧରୁନି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.