ଧର୍ମଗଡ଼ ଉପଖଣ୍ଡ ଟେଣ୍ଟ ମାଲିକ ସଂଘର ବୈଠକ

ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଆରଏମସି ପରିସରରେ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ଟେଣ୍ଟ ମାଲିକ ମାଲିକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନରୁ ଟେଣ୍ଟ ମାଲିକ ଓ ଶ୍ରମିକ ମାନେ କରେନା କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି। ବିବାହ, ବ୍ରତ, ସାମଜିକ, ସରକାରୀ ଓ ବେସରକାରୀ କାର୍ଯ୍ୟ ଗୁଡିକରେ କଟକଣା ଥିବାରୁ ଟେଣ୍ଟ କାର୍ଯ୍ୟ ଗୁଡିକ ବନ୍ଧ ରହିଛି ଏଣୁ ନିର୍ଭର ଶୀଳ ମାଲିକ ଓ ଶ୍ରମିକ ମାନେ ଦୟନୀୟ ଜୀବନ ଯାପନ କରୁଛନ୍ତି। ତେଣୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇ ଟେଣ୍ଟ ସାମଗ୍ରୀ, ଯାନବାହାନ ଋଣର ମାସିକ ଦେୟ କୋହଳ, ଶ୍ରମିକ ମାନଙ୍କୁ ସଂଗଠିତ ଶ୍ରମିକର ମାନ୍ୟତା ଓ ସରକାରୀ ସହଯୋଗ ଓ ସହାୟତା କରିବା ପାଇଁ ଦାବିକରି ଛନ୍ତି। ଆଜି ଏହି ବୈଠକରେ ଧର୍ମଗଡ଼ ଟେଣ୍ଟ ମାଲିକ ସଂଘ ସଭାପତି ପରମାନନ୍ଦ ପ୍ରଧାନ, ସମ୍ପାଦକ ରାମ ଦାସ ମେହେର, କୋଷାଧକ୍ଷ ନିରଞ୍ଜନ ଚୌଧୁରୀ, କୃପା ସିନ୍ଧୁ ସଥପଥି, ଯଦୁମଣି ନାଏକ, ଅନିରୁଦ୍ଧ ଗୋପାଳ, ଧନିଷ୍ଟ ଲହଜଳ, ସଞ୍ଜୟ ଠାକୁର, ଭଗତ ରାମ, ପଞ୍ଚାନନ ମେହେର, କାମଦେବ, ସୁଶୀଲ ଠାକୁର, ମନୋଜ ବାଗ, ମନୋଜ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.